କ୍ୟାପିଟାଲ କ୍ରାଇମ: ଯୁବକଙ୍କୁ ଆକ୍ରମଣ ମାମଲା, ଅଭିଯୁକ୍ତ ଗିରଫ

Advertisment
କ୍ୟାପିଟାଲ କ୍ରାଇମ: ସରକାରୀ ଜମିକୁ କେନ୍ଦ୍ରକରି ଗଣ୍ଡଗୋଳ,୨ ଗିରଫ

ଭୁବନେଶ୍ବର: ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣା‌ରେ ସହିଦନଗର ଥାନା ପୁଲିସ ଆଜି ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ‌ହେଲା ନେତାଜୀ କଲୋନିର ସୁଜିତ ପାତ୍ର(୩୫)। ସୂଚନା ଅନୁସାରେ ଗତକାଲି ଦିନ ପ୍ରାୟ ସାଢ଼େ ୧୦ଟା ବେଳେ ଲେପ୍ରୋସି କଲୋନିର କ୍ଷେତ୍ରବାସୀ ବେହେରା ଘରେ ଥିବା ବେଳେ ସୁଜିତ ନିଶାସକ୍ତ ଅବସ୍ଥାରେ ତାଙ୍କୁ ବାହାରକୁ ଡାକିଥିଲା। ସେ କିଛି ବୁଝିବା ପୂର୍ବରୁ ତାଙ୍କୁ ଗାଳିଗୁଲଜ କରିବା ସହ ଏକ ଫାର୍ସା ଧରି ଗୋଡ଼ାଇଥିଲା। କ୍ଷେତ୍ରବାସୀ ଜୀବନ ବିକଳରେ ଦୌଡ଼ିବାରୁ ସେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଫାର୍ସାରେ ଚୋଟ ପରେ ଚୋଟ ମାରି ଚାଲିଥିଲା। ଆକ୍ରମଣରେ କ୍ଷେତ୍ରବାସୀଙ୍କ ହାତ ଓ ନାକରେ ଗଭୀର ଆଘାତ ଲାଗିଥିଲା।

ସ୍ତ୍ରୀଙ୍କୁ ନିର୍ଯାତନା, ଇଂଜିନିୟର ଗିରଫ

ଭୁବନେଶ୍ବର: ଅଧିକ ଯୌତୁକ ଦାବି କରି ପତ୍ନୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଆଜି ମହିଳା ଥାନା ପୁଲିସ ଜଣେ ସଫ୍ଟୱେୟାର୍‌ ଇଂଜିନିୟରଙ୍କୁ ଗିରଫ କରିଛି। ସେ ହେଲେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅଞ୍ଚଳର ଶ୍ରୀକାନ୍ତ ସିଂ(୩୫)। ଏଠାରେ ସେ ଭୁବନେଶ୍ବର ଏମ୍‌ସନଗର ଅଞ୍ଚଳରେ ରହି ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ସୂଚନା ମୁତାବକ ଗତ ୨୦୧୬ ମସିହାରେ ଶ୍ରୀକାନ୍ତ ବିବାହ କରିଥିଲେ। ବିବାହର କିଛି ଦିନ ପରେ ବାପଘରୁ ୧୦ଲକ୍ଷ ଟଙ୍କା ଆଣିବାକୁ ସେ ପତ୍ନୀଙ୍କୁ କହିଥିଲେ। କିନ୍ତୁ ପତ୍ନୀ ଏଥିରୁ ରାଜି ନହେବାରୁ ଶ୍ରୀକାନ୍ତ ତାଙ୍କୁ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଚାଲିଲେ। ସହିବାର ସୀମା ଅତିକ୍ରାନ୍ତ ହେବା ପରେ ଗତ ୨୦୨୦ ମସିହାରେ ପତ୍ନୀ ମହିଳା ଥାନାରେ ଅଭିଯୋଗ କରିଥିଲେ।

ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ୨ ଗିରଫ

ଭୁବନେଶ୍ୱର: ଜୋର୍‌ ଜବରଦସ୍ତ ଘରେ ପଶି ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସ୍ଥାନୀୟ ଅଞ୍ଚଳର ଦିଲ୍ଲୀପ ମହାପାତ୍ର(୨୮) ଓ ଚନ୍ଦ୍ରଶେଖରପୁରରେ ରହୁଥିବା ଜଗତସିଂହପୁରର ବିଶ୍ୱବିଜୟ ସିଂ(୨୦)। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର୍‌ ଅଛି ।

ପୁଲିସ ସୂଚନାନୁଯାୟୀ ପୀଡ଼ିତାଙ୍କ ସ୍ବାମୀ ଘରେ ନ ଥିବା ସମୟରେ ୩ ଅଭିଯୁକ୍ତ ତାଙ୍କ ଘରେ ଜୋର୍‌ଜବରଦସ୍ତ ପଶିଥିଲେ। ତାଙ୍କୁ ଅସଦାଚରଣ କରିବାକୁ ଉଦ୍ୟମ କଲା ବେଳେ ପୀଡ଼ିତା ବିରୋଧ କରିବାରୁ ସେମାନେ ତାଙ୍କ ତଣ୍ଟି ଚିପି ଦେଇଥିଲେ। ତେବେ ଠିକ୍‌ ଏହି ସମୟରେ ପୀଡ଼ିତାଙ୍କ ସ୍ବାମୀ ପହଞ୍ଚିଯିବାରୁ ଅଭିଯୁକ୍ତମାନେ ତାଙ୍କୁ ଧକ୍କା ମାରିବା ସହ ତାଙ୍କ ବେକରୁ ସୁନା ଚେନ୍‌ ଛିଣ୍ଡାଇ ଚମ୍ପଟ ମାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe