କ୍ୟାପିଟାଲ କ୍ରାଇମ: ୧୭.୯ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

Advertisment
୬ ଲୁଟେରାଙ୍କଠାରୁ ୨୦  ମୋବାଇଲ୍‌ ଜବତ

ଭୁବନେଶ୍ବର: ମଦନପୁର ଖେଳ ପଡ଼ିଆ ନିକଟରେ ଇନଫୋଭ୍ୟାଲି ଥାନା ପୁଲିସ ଚଢ଼ଉ ଦୁଇଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୧୭.୯ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି। ଅଭିଯୁକ୍ତ ଦ୍ବୟ ହେଲେ ମଦନପୁର ଅଞ୍ଚଳର ବିଶ୍ବାସ ଜେନା(୨୮) ଓ କାଇମାଟିଆ ଅଞ୍ଚଳର ଅଜୟ ବେହେରା(୨୬)। ଗତକାଲି ଦୁଇ ଅଭିଯୁକ୍ତ ମଦନପୁର ଖେଳ ପଡ଼ିଆ ନିକଟରେ ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ ଇନଫୋଭ୍ୟାଲି ଥାନାର ଏକ ସ୍ପେସାଲ ଟିମ୍‌ ତାଙ୍କୁ ଗିରଫ କରିଥିଲା।

୧୦୬ ‌କେଜି ଗଞ୍ଜେଇ ଜବତ, ୨ ଗିରଫ

ଭୁବନେଶ୍ବର: ନୟାଗଡ଼ ପୁଲିସ୍‌ ସହାୟତାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଆଜି ନୟାଗଡ଼ ଇଟାମାଟି ଅଞ୍ଚଳରୁ ୧୦୬ କେଜି ଗଂଜେଇ ଜବତ କରିଛି। ଏହି ମାମଲାରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗଞ୍ଜେଇ ଚାଲାଣ ହେଉଥିବା ଏକ ଇନୋଭା ଗାଡ଼ିକୁ ଜବତ କରିଛି। ଅଭିଯୁକ୍ତଦ୍ବୟ ହେଲେ, କନ୍ଧମାଳ ଫିରିଙ୍ଗିଆ ଅଞ୍ଚଳର ଯୁଗଳ ନାୟକ(୨୯) ଓ ଫୁଲବାଣୀ ଅଞ୍ଚଳର ରଞ୍ଜିତ ଭୋଇ(୨୪)। ଇଟାମାଟି ଥାନାରେ ଦୁହିଁଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି। ସୂଚନାନୁସାରେ, ଫୁଲବାଣୀରୁ ଏକ ଇନୋଭାରେ ଗଂଜେଇ ବାଲେଶ୍ବରକୁ ଯାଉଥିବା ନେଇ ଏସ୍‌ଟିଏଫ୍‌କୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା।

ଜିଇଡି ବସ୍ତି ସୁଶାନ୍ତ ହତ୍ୟା ମାମଲା: ବିଶାଲ୍‌ର ବାପା ଅଟକ

ଭୁବନେଶ୍ବର: କ୍ୟାପିଟାଲ ଥାନା ଅଧୀନ ଜିଇଡି ବସ୍ତି ସୁଶାନ୍ତ ନାୟକ ହତ୍ୟାକାଣ୍ଡକୁ ୪ ଦିନ ବିତିଯାଇଥିଲେ ହେଁ ପୁଲିସ୍ ହାତ ଖାଲି। ଆଜି ପୁଲିସ ଅଭିଯୁକ୍ତର ଶଳାକୁ ଥାନାକୁ ଉଠାଇ ଆଣି ପଚରାଉଚରା କରିଛି। ଅପରପକ୍ଷେ ସିସିଟିଭିରୁ ପୁଲିସକୁ କିଛି ଗୁରୁତ୍ବପୂର୍ଣ୍ଣ ସୁରାକ୍‌ ମିଳିଥିବା ଜଣାପଡ଼ିଛି। ଅଭିଯୁକ୍ତମାନଙ୍କୁ ଟ୍ରାକିଂ କରାଯାଉଛି, ଖୁବ୍‌ଶୀଘ୍ର ଧରା‌ପଡ଼ିବେ ବୋଲି ପୁଲିସ କହିଛି। ଗତ ମଙ୍ଗଳବାର ଭୋର୍‌ ସମୟରେ ବସ୍ତିରେ ରହୁଥିବା ନୟାଗଡ଼ ରାଜାପାଟଣା ଅଞ୍ଚଳର ସୁଶାନ୍ତଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ସୁଶାନ୍ତଙ୍କ ଝିଆରୀକୁ ଅସଦାଚରଣ କରିଥିବା ବିଶାଲ୍‌, ତା’ ମାମୁ ସୁଜିତ୍ ଓ ଅନ୍ୟ ସହଯୋଗୀମାନେ ସଂଘବଦ୍ଧ ଆକ୍ରମଣ କରି ଏହି ହତ୍ୟାକାଣ୍ଡ ଭିଆଇଥିବା ଥାନାରେ ଅଭିଯୋଗ ହୋଇଛି।

ଓକିଲଙ୍କୁ ମାଡ଼ ମାରି ଜେଲ ଗଲା ଯୁବକ

ବାଲିଅନ୍ତା: ଜଣେ ଓକିଲଙ୍କୁ ମାଡ଼ ମାରିବା ମାମଲାରେବାଳକାଟି ଫାଣ୍ଡି ପୁଲିସ ଆଜି ସ୍ଥାନୀୟ ନାଗପୁର ଭୋଇସାହିର ସୁନାକର କାଣ୍ଡି(୪୦)ଙ୍କୁ ଗିରଫ କରିଛି। କୋର୍ଟରେ ଜାମିନ୍‌ ଖାରଜ ହୋଇଯିବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୂଚନାନୁସାରେ, ଓକିଲଜଣଙ୍କ ଗାଁରେ ଥିବା ଏକ ତେଜରାତି ଦୋକାନ ନିକଟରେ ଠିଆ ହୋଇଥିବା ବେଳେ କୌଣସି କଥାକୁ ନେଇ ସୁନାକରଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ନିଶାସକ୍ତ ସୁନାକର ଏଥିରେ ଉତ୍‌କ୍ଷିପ୍ତ ହୋଇ ଓକିଲଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe