କ୍ୟାପିଟାଲ କ୍ରାଇମ: ୨ ଚୋର, ଜଣେ କବାଡ଼ିଆ ଗିରଫ

Advertisment
ମଦ ବୋଝେଇ ସ୍କୋର୍ପିଓ ଜବତ; ୩ ମଦ ଦୋକାନ କର୍ମଚାରୀ ଗିରଫ

new indian express

ଭୁବନେଶ୍ବର: ଆଜି ଭରତପୁର ଥାନା ପୁଲିସ ୨ ଚୋରଙ୍କ ସହ ଜଣେ କବାଡ଼ିଆକୁ କୋର୍ଟ ଚାଲାଣ କରିଛି। ସେମାନେ ‌ହେଲେ ପଟିଆ ଷ୍ଟେସନ ନିକଟସ୍ଥ ବର‌ଦେବୀବସ୍ତିର ଗଜେନ୍ଦ୍ର ନାୟକ ଓରଫ୍ ଗଜିଆ(୪୫), ଆଇଆର୍‌ଆସି ଭିଲେଜ୍‌ ଲେନ୍‌ ୮ ଅଞ୍ଚଳର ବିଶ୍ବଜିତ ବେହେରା ଓରଫ୍ ବିଶିଆ(୩୦) ଓ ଡମଣାସ୍ଥିତ କବାଡ଼ିଆ ଉତ୍ତରପ୍ରଦେଶର ସୁଧୀର ଗୁପ୍ତା(୨୮)। ପୁଲିସ ସେମାନଙ୍କ ନିକଟରୁ ଗୋଟିଏ ଅଟୋ, ଦୁଇଟି ଟିଭି, ଦୁଇଟି ଲାପ୍‌ଟପ, ଦୁଇଟି ଗ୍ୟାସ ସିଲିଣ୍ଡର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।

ପୁଲିସ ସୂଚନାନୁସାରେ ଗତ ୨୩ ତାରିଖ ବିଳମ୍ବିତ ରାତିରେ ସପନ କୁମାର ସାହୁଙ୍କ ବରମୁଣ୍ଡା, ବିଡିଏ ଡୁପ୍ଲେକ୍ସସ୍ଥିତ ଘରୁ ଚୋରି ହୋଇଥିଲା। ଦୁର୍ବୃତ୍ତମାନେ ଦୁଇଟି ଟିଭି, ଦୁଇଟି ଗ୍ୟାସ ସିଲିଣ୍ଡର ଏବଂ ପାଣି ପାଇପ ସାମଗ୍ରୀ ଚୋରି କରି ଅଟୋରେ ଲଦି ନେଇଯାଇଥିଲେ। ଅଭିଯୋଗ ପରେ ଭରତପୁର ଥାନା ପୁଲିସ ଜୟଦେବବିହାର ଛକରେ ଚଢ଼ଉ କରି ଗଜିଆ ଓ ବିଶିଆକୁ କାବୁ କରିଥିଲେ। ସେମାନେ ବରମୁଣ୍ଡାରୁ ଚୋରି କରିଥିବା ଜିନିଷକୁ କବାଡ଼ିଆ ସୁଧୀରକୁ ବିକିଥିବା ମାନିଯାଇଥିଲେ।

ଚନ୍ଦକାରେ ମହିଳା ଡାକ୍ତରଙ୍କୁ ଆକ୍ରମଣ

ମେଣ୍ଢାଶାଳ: ଆଜି ଚନ୍ଦକା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ମହିଳା ଡାକ୍ତରଙ୍କୁ ଜଣେ ଦୁର୍ବୃତ୍ତ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଡାକ୍ତରଙ୍କ ଅଭିଯୋଗ ରଖି ତଦନ୍ତ ଚଳାଇଥିବା ସୂଚନା ଦେଇଛି। କିନ୍ତୁ କାହାକୁ ଗିରଫ କରିନାହିଁ। ଜଣେ ମହିଳା ଡାକ୍ତରଙ୍କୁ ଡ୍ୟୁଟି ସମୟରେ ଡାକ୍ତରଖାନା ଭିତରେ ପଶି ମାଡ଼ ମରାଯାଇଥିଲେ ବି ପୁଲିସ ଅଭିଯୁକ୍ତକୁ ଗିରଫ କରିପାରିନଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ସୂଚନାଯୋଗ୍ୟ ଯେ ଆଜି ସକାଳେ ଚନ୍ଦକା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ବୈଜୟନ୍ତି ଜେନା ଡ୍ୟୁଟିରେ ଥିଲେ।

ଏହି ସମୟରେ ଚନ୍ଦକା ପାଟଣା ଗ୍ରାମର ବିଚିତ୍ର ସାହୁ ନାମକ ଜଣେ ଯୁବକ ଓ ମେଡିକାଲର ସୁରକ୍ଷାକର୍ମୀଙ୍କ ମଧ୍ୟରେ ବାଇକ୍‌ ରଖିବାକୁ ନେଇ ପାଟିତୁଣ୍ଡ ହୋଇଥିଲା। ହଠାତ୍ ବିଚିତ୍ର ଚାମ୍ବରକୁ ପଶି ଆସି ଡାକ୍ତର ବୈଜୟନ୍ତିଙ୍କୁ ଆକ୍ରମଣ କରିଥିଲା। ବିଚିତ୍ରର ମୁଥ ମାଡ଼ରେ ଡାକ୍ତର ବୈଜୟନ୍ତି ତଳେ ପଡ଼ଇଯାଇଥିଲେ। କର୍ମଚାରୀମାନେ ଘଟଣାସ୍ଥଳକୁ ଧାଇଁ ଆସିବାରୁ ବିଚିତ୍ର ସେଠାରୁ ପଳାଇଥିଲା। ଏ ନେଇ ମେଣ୍ଢାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ମୋହନ ହେମ୍ବ୍ରମ କହିଛନ୍ତି ଯେ କିଛି ମାସ ତଳେ ମଧ୍ୟ ଚନ୍ଦକା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କିଛି ଦୁର୍ବୃତ୍ତ ଭଙ୍ଗାରୁଜା କରିଥିଲେ। ବାରମ୍ବାର ଏଭଳି ଘଟିବା ଦୁର୍ଭାଗ୍ୟଜନକ।

ମହିଳାଙ୍କୁ ମାଡ଼ମାରି ଲୁଟ୍‌, ୪ଗିରଫ

ପୁରୁଣା ଭୁବନେଶ୍ବର: ଏୟାର‌ପୋର୍ଟ ଥାନା ଅଧୀନ କାରଗିଲ୍‌ ବସ୍ତିରେ ଘରେ ପଶି ଜଣେ ମହିଳାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ପୁଲିସ ୪ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସେହି ବସ୍ତିର ମଦନ ମୋହନ ସାହିର ବିଜୟ ପ୍ରଧାନ, ରତନ ପ୍ରଧାନ, ଶ୍ରୀନୁ ପ୍ରଧାନ ଓ ଦେବରାଜ ପ୍ରଧାନ।

ପୁଲିସ ସୂଚନା ଅନୁଯାୟୀ କାରଗିଲ ବସ୍ତି ଅନ୍ତର୍ଗତ ମଦନମୋହନ ସାହିରେ ରହୁଥିବା କନକ ବେହେରା ଘରେ ଥିବା ବେଳେ ବିଳମ୍ବିତ ରାତିରେ ୪ଜଣ ଯୁବକ ଘର କବାଟ ଭାଙ୍ଗି ଭିତରେ ପଶିବାକୁ ଉଦ୍ୟମ କରିଥିଲେ। କନକଙ୍କ ସ୍ବାମୀ ଅଶୋକ ବିରୋଧ କରିବାରୁ ଅଭିଯୁକ୍ତ ମାନେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ପରେ ଅଭିଯୁକ୍ତମାନେ ତାଙ୍କ ବେକରୁ ଏକ ସୁନା ଚେନ ଛିଣ୍ଡାଇ ନେଇଥିବା ବେଳେ ଘରେ ଥିବା ୬୦ହଜାର ଟଙ୍କା ଏବଂ ଦୁଇଟି ମୋବାଇଲ ଫୋନ ମଧ୍ୟ ଲୁଟି ନେଇଥିଲେ। ଆକ୍ରମଣରେ ଉଭୟ ସ୍ତ୍ରୀ ଓ ସ୍ବାମୀ ଗୁରୁତର ଆହତ ହୋଇଥିଲେ। ଏନେଇ କନକ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe