କ୍ୟାପିଟାଲ କ୍ରାଇମ: ଫ୍ୟାନରେ ଝୁଲିପଡିଲେ ୮ମ ଶ୍ରେଣୀ ଛାତ୍ରୀ

Advertisment
ଛାତ୍ରାବାସରୁ ଝୁଲନ୍ତା ମୃତଦେହ ଜବତ

Image Courtesy of NDTV

ବାଲିପାଟଣା: ସ୍ଥାନୀୟ ଅଞ୍ଚଳର ଜଣେ ଅଷ୍ଟମ ଶ୍ରେଣୀ ଆଜି ନିଜ ଘରେ ଆତ୍ମହତ୍ୟା କରିଛନ୍ତି। ପାରିବାରିକ କଳହକୁ ନେଇ ମାନସିକ ଭାରସାମ୍ୟ ହରାଇଥିବା ଛାତ୍ରୀଜଣକ ବେକରେ ରଶି ବାନ୍ଧି ଫ୍ୟାନ୍‌ରେ ଝୁଲିପଡ଼ିଛନ୍ତି। ପରିବାର ଲୋକେ କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରିବା ସହ ତୁରନ୍ତ ନିମାପଡ଼ା ହସ୍ପିଟାଲକୁ ନେଇଥିଲେ ବି ବଞ୍ଚାଇବା ସମ୍ଭବ ହୋଇନାହିଁ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ବାଲିପାଟଣା ଥାନା ପୁଲିସ ସେଠାରେ ପହଞ୍ଚି ମୃତଦେହ ଜବତ କରିଥିଲା। ଚାରିଛକ ହସ୍ପିଟାଲ୍‌ରେ ଶବ ବ୍ୟବଛେଦ ହେବା ପରେ ଗାଁ ମଶାଣିରେ ଛାତ୍ରୀଙ୍କ ଅନ୍ତିମ ସଂସ୍କାର ହୋଇଥିଲା।

ଚାକିରି ଦେବା ନାଁରେ ୧୦ଲକ୍ଷ ଠକେଇ

ଭୁବନେଶ୍ବର: ବିମାନବନ୍ଦରରେ ଚାକିରି ଦେବା ନାଁରେ ୧୦ଲକ୍ଷ ଠକେଇ। ଠକେଇର ଶିକାର ହୋଇଥିବା ହରିହର ଦାସ ଏ ସଂପର୍କରେ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ, କିଛି ଦିନ ତଳେ ବିମାନବନ୍ଦରରେ କିଛି ପଦବି ଖାଲି ଥିବା ନେଇ ଫେସ୍‌ବୁକ୍‌ରେ ଏକ ବିଜ୍ଞାପନ ଘୂରି ବୁଲୁଥିଲା। ହରିହର ତାହାକୁ ଦେଖି ସେଥିରେ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କରିଥିଲେ। ବ୍ୟକ୍ତିଜଣଙ୍କ ନିଜକୁ ବିମାନବନ୍ଦରର ଜଣେ ଅବସରପ୍ରାପ୍ତ ଉଚ୍ଚପଦସ୍ଥ ଅଧିକାରୀ ବୋଲି ପରିଚୟ ଦେଇଥିଲା। ବିଶ୍ବାସ ଜିଣିବା ପାଇଁ ବିଭିନ୍ନ ଜାଲ୍‌ ପରିଚୟପତ୍ର ବି ଦେଖାଇଥିଲା। ଚାକରି କରାଇଦେବା ପାଇଁ ସେ ୧୫ଲକ୍ଷ ଟଙ୍କା ଦାବି କରିଥିଲା। ଅଗ୍ରୀମ ଆକାରରେ ୧୦ଲକ୍ଷ ଟଙ୍କା ନେଇଥିବା ବେଳେ ବାକି ୫ଲକ୍ଷ ଚାକିରି ହେବା ପରେ ନେଇଥାଆନ୍ତା। କିନ୍ତୁ ଟଙ୍କା ପାଇବା ପରେ ସେ ଆଉ ହରିହରଙ୍କୁ ଯୋଗଯୋଗ କରିନଥିଲା। ଠକାମିର ଶିକାର ହେବା ଜାଣିବା ପରେ ହରିହର ଏ ସଂପର୍କରେ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

ସ୍ତ୍ରୀକୁ ନିର୍ଯାତନା, ଜେଲ୍‌ ଗଲେ ସ୍ବାମୀ

ବାଲିଅନ୍ତା: ସ୍ତ୍ରୀକୁ ନିର୍ଯାତନା ମାମଲାରେ ବାଲିଅନ୍ତା ଥାନା ପୁଲିସ ଆଜି ଜଟଣୀ ଥାନା ଅଧୀନ ଶ୍ରୀରାମନଗର ଗ୍ରାମର ପବିତ୍ର ମନୋହରି(୩୮)ଙ୍କୁ ଗିରଫ କରିଛି। କୋର୍ଟରେ ପବିତ୍ରର ଜାମିନ ଖାରଜ ହେବାରୁ ତାଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତାଙ୍କ ବିରୋଧ‌ରେ ତାଙ୍କ ପତ୍ନୀ ସୋନାଲି (୩୦) ଥାନାରେ ଅଭିଯୋଗ କରିଥିଲେ। ସୂଚନାନୁସାରେ, ଜଟଣୀର ପବିତ୍ର ଓ ସୋନାଲି ଏଠାରେ ଖୁଦପୁର ଅଞ୍ଚଳରେ ରହୁଥିଲେ। ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ‌ମନୋମାଳିନ୍ୟ ଲାଗି ରହିଥିଲା। ନିଶାଗ୍ରସ୍ତ ଅବସ୍ଥାରେ ପବିତ୍ର ବହୁବାର ତାଙ୍କୁ ମାରପିଟ୍‌ କରୁଥିଲେ। ଗତ ୩୧ ତାରିଖରେ ମଧ୍ୟ ସେ ସୋନାଲିଙ୍କୁ ମାଡ଼ ମାରିଥିଲେ। ଖବର ପାଇ ବାପଘର ଲୋକ ସୋନାଲିଙ୍କୁ ନିଜ ଘର ବାଲିଅନ୍ତା ଥାନା ଅଧୀନ ଅଲାରପୁର ଗ୍ରାମକୁ ନେଇ ଯାଇଥିଲେ। ହେଲେ ପବିତ୍ର ଗତକାଲି ସଂଧ୍ୟାରେ ସେଠାରେ ପହଞ୍ଚି ସୋନାଲି ଓ ତାଙ୍କ ବାପା, ମା’ଙ୍କୁ ମାରପିଟ୍‌ କରିଥିଲେ।

ବକେୟା ବିଦ୍ୟୁତ୍‌ ବିଲ୍‌ ବଦଳରେ ଯନ୍ତ୍ରୀଙ୍କୁ ମାଡ଼, ଜଣେ ଗିରଫ

ଭୁବନେଶ୍ବର: ବକେୟା ବିଦ୍ୟୁତ୍ ବିଲ୍‌ ଆଦାୟ କଲାବେଳେ ଆକ୍ରମଣର ଶିକାର ହୋଇଥିବା ଯନ୍ତ୍ରୀ ସୁଶାନ୍ତ ପୃଷ୍ଟିଙ୍କ ଅଭିଯୋଗ ଆଧାରରେ ଖାରବେଳନଗର ଥାନା ପୁଲି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe