ଭୁବନେଶ୍ବର: ଗତକାଲି କ୍ୟାପିଟାଲ ହସ୍ପିଟାଲର ଗଭର୍ଣ୍ଣିଂବଡି ବୈଠକରେ ହସ୍ପିଟାଲର କ୍ୟାବିନ୍ ଦର ବୃଦ୍ଧି କରାଯାଇଛି। ମାତ୍ର ଏହି ଦରବୃଦ୍ଧିକୁ ବିରୋଧ କରି ସମାଜବାଦୀ ପାର୍ଟି ରାଜ୍ୟ କମିଟି। ରାଜ୍ୟ କମିଟିର ସଭାପତି ରବି ବେହେରା ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ, କ୍ୟାପିଟାଲ ହସ୍ପିଟାଲକୁ ଅତୀତରେ ପିଜି ଇନଷ୍ଟିଚ୍ୟୁଟ୍ରେ ପରିଣତ କରିବା ପାଇଁ ଘୋଷଣା କରାଯାଇଥିଲେ ହେଁ ତାହା ଘୋଷଣାରେ ସୀମିତ ରହିଛି। ମାତ୍ର ଏହା ଉପରେ ଗୁରୁତ୍ବ ନ ଦେଇ ଭୁବନେଶ୍ବର ସାଂସଦ, ବିଧାୟକ ଓ ଖୋର୍ଧା ଜିଲ୍ଲାପାଳଙ୍କ ଉପସ୍ଥିତିରେ ଦରବୃଦ୍ଧି କରାଯାଇଛି। ଏହାର ବୋଝ ରୋଗୀଙ୍କ ଉପରେ ପଡ଼ିବ। କ୍ୟାପିଟାଲ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯିବା ଦରକାର। ନଚେତ୍ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଶ୍ରୀ ବେହେରା କହିଛନ୍ତି।
କ୍ୟାପିଟାଲ ହସ୍ପିଟାଲ କ୍ୟାବିନ୍ ଦରବୃଦ୍ଧିକୁ ସମାଜବାଦୀ ପାର୍ଟିର ବିରୋଧ
Advertisment
Follow Us