କ୍ୟାପିଟାଲ ହସ୍ପିଟାଲ ଶିଶୁ ୱାର୍ଡ: ୩୦ ଶଯ୍ୟା‌‌‌ରେ ଅକ୍ସିଜେନ୍ ବ୍ୟବସ୍ଥା

ବିଦେଶୀ ସଂସ୍ଥା ହାତରେ ହସ୍ପିଟାଲର ସବୁ ଦାୟିତ୍ବ

Mycitylinks

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ଅକ୍ସିଜେନ୍ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ପରେ ବିଭିନ୍ନ ୱାର୍ଡକୁ ଅକ୍ସିଜେନ୍ ଯୋଗାଣ ବ୍ୟବସ୍ଥା ଆରମ୍ଭ ହୋଇଛି। ଶିଶୁରୋଗ ୱାର୍ଡର ୨୦/୩୦ ଶଯ୍ୟା ଓ ୧୨ଟି ଶିଶୁରୋଗ ଆଇସିୟୁକୁ ଅକ୍ସିଜେନ୍ ଯୋଗାଣ ହେବ। ଧାର୍ଯ୍ୟ ସମୟ ଭିତରେ ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବା ଲାଗି ଭୁବନେଶ୍ବର (ଆର୍‌ ଏଣ୍ଡବି) ଉପଖଣ୍ଡ-୨ର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟଯନ୍ତ୍ରୀ(କୋଠା)।

ଜାତୀୟ ସ୍ବାସ୍ଥ୍ୟ ମିସନ୍ ପକ୍ଷରୁ ଅକ୍ସିଜେନ୍ ବ୍ୟବସ୍ଥା ଥିବା ଶଯ୍ୟାର ନିର୍ମାଣ ଲାଗି ଅନୁମୋଦନ ଦିଆଯାଇଛି। ୧୨ଶଯ୍ୟା ବିଶିଷ୍ଟ ଶିଶୁରୋଗ ଆଇସିୟୁ ଶଯ୍ୟା ମଧ୍ୟରେ ୮ଟି ଶଯ୍ୟା ଏଚ୍‌ଡିଆର ଓ ୪ଟି ଶଯ୍ୟା ରହିବ। ପୂର୍ବରୁ ଏହାର ନିର୍ମାଣ ଖର୍ଚ ୯୭.୧୪ଲକ୍ଷ ଥିବା ବେଳେ ଏବେ ତାହାକୁ ୭୯.୨୦ ଲକ୍ଷରେ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି, ହସ୍ପିଟାଲରେ ଅକ୍ସିଜେନ୍ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଛି। ତେଣୁ ଅକ୍ସିଜେନ୍ ସିଲିଣ୍ଡର୍‌ର କୌଣସି ଆବଶ୍ୟକତା ନାହିଁ। ସଂପୂର୍ଣ୍ଣ ହସ୍ପିଟାଲକୁ ଅକ୍ସିଜେନ୍ ଯୋଗାଣ ବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ୧୬୦ଟି ଶଯ୍ୟା ଓ ପରବର୍ତ୍ତୀ ସମୟରେ ୬ଶହ ଶଯ୍ୟାରେ ଅକ୍ସିଜେନ୍ ଯୋଗାଣ କରାଯିବାକୁ ଲକ୍ଷ୍ୟ ରହିଛି। ଏହି ଭିତ୍ତିରେ ଶିଶୁରୋଗ ୱାର୍ଡ ଓ ଆଇସିୟୁକୁ ଅକ୍ସିଜେନ୍ ଯୋଗାଣ ବ୍ୟବସ୍ଥା ପାଇଁ ପ୍ରସ୍ତାବ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe