ଭୁବନେଶ୍ବର: ଦେଶବ୍ୟାପୀ ଡାକ୍ତରଙ୍କ ଧର୍ମଘଟ ଡାକରାକୁ ସମର୍ଥନ ଜଣାଇଛନ୍ତି କ୍ୟାପିଟାଲ ହସ୍ପିଟାଲର ଡାକ୍ତର। ହସ୍ପିଟାଲର ଡାକ୍ତରମାନେ ଆଜି କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ ଜଣାଇଥିଲେ। ତେବେ ହସ୍ପିଟାଲରେ ଓପିଡି ବା ବର୍ହିବିଭାଗରେ ରୋଗୀସେବା ବାଧାପ୍ରାପ୍ତ ହୋଇନାହିଁ। ଅପରପକ୍ଷରେ ସକାଳେ ଆନ୍ଦୋଳକୁ ନେଇ ହସ୍ପିଟାଲରେ ବହୁ ଓପିଡି ବିଳମ୍ବରେ ଖୋଲିଥିଲା। ବିଶେଷକରି ସ୍ତ୍ରୀ ଓ ପ୍ରସୂତି ରୋଗ ଓପିଡିରେ ଦୀର୍ଘ ସମୟ ଧରି ଡାକ୍ତର ନଥିବାରୁ ଲୋକମାନେ ବିରକ୍ତ ହୋଇ ଫେରିଯାଇଥିଲେ। ସେହିପରି ଚର୍ମ, ଜେନେରାଲ ଓପିଡିକୁ ଡାକ୍ତର ଆସିବା ବିଳମ୍ବ ହେବାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଧାଡ଼ିରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us