ତଦନ୍ତ ନିର୍ଦେଶ ପରେ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ କମ୍ପନ

Advertisment

କ୍ୟାପିଟାଲ ହସ୍ପିଟାଲ ଔଷଧ କିଣାରେ କେଳେଙ୍କାରୀ

କ୍ୟାପିଟାଲ ହସ୍ପିଟାଲ ଔଷଧ କିଣାରେ କେଳେଙ୍କାରୀ

ଟ୍ରମା କେୟାର ସେଣ୍ଟର ପାଇଁ ବାଟ ଫିଟିଲା, କ୍ୟାପିଟାଲ ହସ୍ପିଟାଲରେ ଜବରଦଖଲ ଉଚ୍ଛେଦ

Kalinga TV

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ହୋଇଥିବା ଔଷଧ କିଣା କେଳେଙ୍କାରୀର ତଦନ୍ତ ନିର୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ। ସ୍ୱାସ୍ଥ୍ୟସେବା ନିର୍ଦେଶାଳୟର ଦୁଇ ଅଧିକାରୀ ଏହାର ତଦନ୍ତ କରିବାକୁ ନିର୍ଦେଶ ଦିଆଯାଇଛି। ତେବେ ତଦନ୍ତ ନିର୍ଦେଶ ପରେ ହସ୍ପିଟାଲରେ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀଙ୍କ ମଧ୍ୟରେ କମ୍ପନ ସୃଷ୍ଟି ହୋଇଛି। କ୍ୟାପିଟାଲ ହସ୍ପିଟାଲରେ ଔଷଧ କିଣାରେ ଲକ୍ଷାଧିକ ଟଙ୍କାର କେଳେଙ୍କାରୀ ହୋଇଥିବା ଖବର ‘ସମ୍ବାଦ’ରେ ଗତକାଲି ପ୍ରକାଶ ପାଇଥିଲା। ଖବର ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେଳେଙ୍କାରୀର ତୁରନ୍ତ ତଦନ୍ତ କରିବା ପାଇଁ ନିର୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦା। ସ୍ୱାସ୍ଥ୍ୟସେବା ନିର୍ଦେଶାଳୟର ଅଧିକାରୀ ଏହି କେଳେଙ୍କାରୀର ତଦନ୍ତ କରି ବିଭାଗକୁ ରିପୋର୍ଟ ପ୍ରଦାନ କରିବେ ବୋଲି ଜଣାପଡ଼ିଛି। ଯେହେତୁ କ୍ୟାପିଟାଲ ହସ୍ପିଟାଲରେ ଏହି କେଳେଙ୍କାରୀ ହୋଇଛି ତେଣୁ ଏହାର ନିରପେକ୍ଷ ତଦନ୍ତ ପାଇଁ ସ୍ୱାସ୍ଥ୍ୟସେବାର ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇ।

କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷ କେବେଠାରୁ ଏହି ଘଟଣା ସଂପର୍କରେ ଜାଣିଲେ ଓ ଏଥିପାଇଁ କେଉଁ କେଉଁ ପଦକ୍ଷେପ ନେଇଛନ୍ତି ତାହାର ଅନୁଧ୍ୟାନ କରାଯିବ। ସ୍ୱାସ୍ଥ୍ୟସେବା ନିର୍ଦେଶାଳୟର ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଯିବ ବୋଲି ଶ୍ରୀ ମେହେର୍ଦା ସୂଚନା ଦେଇଛନ୍ତି। ତଦନ୍ତ ନିର୍ଦେଶ ପରେ ହସ୍ପିଟାଲର କିଛି କର୍ମଚାରୀ ଓ ଅଧିକାରୀଙ୍କ ହୃଦକମ୍ପନ ବଢ଼ି ଯାଇଛି। ଗତକାଲିଠାରୁ ହସ୍ପିଟାଲରେ ଖୋଳତାଡ଼ ଆରମ୍ଭ ହୋଇଯାଇଛି। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଆଶଙ୍କାରେ ଅନେକ ଏବେଠାରୁ ଚିନ୍ତାରେ ପଡ଼ିଛନ୍ତି। ଗଣମାଧ୍ୟମକୁ ଏହି ଖବର କିଭଳି ଆସିଲା ତାହାକୁ ହସ୍ପିଟାଲରେ ଚର୍ଚା ଆରମ୍ଭ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe