ଆଜିଠୁ ଦିନସାରା କ୍ୟାପିଟାଲ ହସ୍ପିଟାଲ ଓପିଡି: ସୁପର ସ୍ପେସାଲିଟି ବିଭାଗରେ ଅଧିକ ସମୟ ଦେଖିବେ ଡାକ୍ତର

ଚୋରଙ୍କ ଚରାଭୂଇଁ କ୍ୟାପିଟାଲ୍ ହସ୍ପିଟାଲ୍

The New Indian Express

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲର ସୁପର ସ୍ପେସାଲିଟି ବିଭାଗରେ ଏଥର ଅଧିକ ରୋଗୀ ଚିକିତ୍ସିତ ହେବେ। ଏହି ବିଭାଗ ଗୁଡ଼ିକ ମଧ୍ୟ ସାଧାରଣ ଓପିଡି ଭଳି ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ପୂର୍ବରୁ କେବଳ ଗୋଟେ ଓଳି ଖୋଲା ରହୁଥିବା ହୃଦ୍‌ରୋଗ, ନ୍ୟୁରୋଲୋଜି, ନେଫ୍ରାଲୋଜି, ଏଣ୍ଡୋକ୍ରାଇନୋଲୋଜି ବିଭାଗ ରୋଗୀ ରହିଥିଲେ ସଂପୂର୍ଣ୍ଣ ସମୟ ଖୋଲା ରହିବ ବୋଲି ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି। ଶ୍ରୀ ସାହୁ କହିଛନ୍ତି ଯେ ରୋଗୀ ଥିଲେ ଏହି ସମସ୍ତ ବିଭାଗ ଓପିଡି ଦିନ ସାରା ଖୋଲା ରହିବ।

ଏଥିରେ ରୋଗୀମାନେ ସୁବିଧା ପାଇବେ। ସକାଳୁ ସେଥିପାଇଁ ଧାଡ଼ି ନ କରି ୮.୩୦ ବେଳୁ ହିଁ ଧାଡ଼ି କରିବାକୁ ସେ ପରାମର୍ଶ ଦେଇଛନ୍ତି। ସୂଚନା ଅନୁସାରେ ପୂର୍ବରୁ ହୃଦ୍‌ରୋଗ, ନେଫ୍ରାଲୋଜି, ଏଣ୍ଡୋକ୍ରାଇନୋଲୋଜି ବିଭାଗ ଗୋଟେ ଓଳି ଖୋଲା ରହୁଥିବା ବେଳେ ନ୍ୟୁରୋଲୋଜି ବିଭାଗ ଗୋଟେ ଓଳି ଓ ଦୈନିକ ୪୦ଜଣ ରୋଗୀ ଚିକିତ୍ସିତ ହେଉଥିଲେ। ତେଣୁ ରୋଗୀମାନେ ରାତିରୁ ପଞ୍ଜୀକରଣ କେନ୍ଦ୍ର ସମ୍ମୁଖରେ ପଡ଼ି ରହୁଥିଲେ। ଏବେ ଆଉ ଏହି ପ୍ରାୟତଃ ଅସୁବିଧା ରହିବନି ବୋଲି ହସ୍ପିଟାଲ ତରଫରୁ ସୂଚନା ଦିଆଯାଇଛି। କିଛି ଦିନ ମଧ୍ୟରେ ଏହି ସମସ୍ତ ବିଭାଗରେ ନିୟମିତ ଡାକ୍ତର ଯୋଗ ଦେବେ।

ଅପରପକ୍ଷରେ ଆସନ୍ତାକାଲିଠୁ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏନଏମସି ଗାଇଡଲାଇନ ଅନୁସାରେ ଓପିଡି ଖୋଲା ରହିବ। ଦିନ ୧ଟାରୁ ୨ଟା ମଧ୍ୟାହ୍ନ ଭୋଜନ ବିରତି ରହିବ। ସକାଳ ୮ଟା ୩୦ରୁ ଦିନ ୧୨.୩୦ ଓ ୧.୩୦ରୁ ୪.୩୦ ପର୍ଯ୍ୟନ୍ତ ପଞ୍ଜୀକରଣ ଗୃହ ଖୋଲା ରହିବ ବୋଲି କ୍ୟାପିଟାଲ ହସ୍ପିଟାଲ ତରଫରୁ ସୂଚନା ଦିଆଯାଇଛି। ଏହାସହ ନମୁନା ସଂଗ୍ରହ କେନ୍ଦ୍ର ମଧ୍ୟ ଓପିଡି ସମୟରେ ଖୋଲା ରହିବ। ଜରୁରୀକାଳୀନ ବିଭାଗ ପୂର୍ବଭଳି ୨୪ ଘଣ୍ଟା ଖୋଲା ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe