କ୍ୟାପିଟାଲ ହସ୍ପିଟାଲ ପିଜି ଇନଷ୍ଟିଚ୍ୟୁଟ୍‌ ବିଭିନ୍ନ ପଦବିକୁ ସରକାରୀ ମଞ୍ଜୁରି

Advertisment
ବିଦେଶୀ ସଂସ୍ଥା ହାତରେ ହସ୍ପିଟାଲର ସବୁ ଦାୟିତ୍ବ

Mycitylinks

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ଚଳିତ ଶିକ୍ଷାବର୍ଷରେ ପିଜି ପାଠ୍ୟକ୍ରମ ଆରମ୍ଭ ହେବ। ୧୫ଟି ବିଭାଗରେ ପାଠ୍ୟକ୍ରମ ପାଇଁ ଅନୁମତି ମିଳିଥିବା ବେଳେ ରାଜ୍ୟ ସରକାର ଏଥିପାଇଁ ଆବଶ୍ୟକ ପଦବି ମଞ୍ଜୁର କରିଛନ୍ତି। ପ୍ରଫେସର୍‌, ଆସୋସିଏଟ୍‌ ପ୍ରଫେସର୍‌, ଆସିଷ୍ଟାଣ୍ଟ ପ୍ରଫେସର୍‌, ଟ୍ୟୁଟର୍‌, ସିନିଅର ରେସିଡେଣ୍ଟ, ଜୁନିଅର ରେସିଡେଣ୍ଟ ପଦବି ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାବାଦ୍ ଅଣ-ଶିକ୍ଷକ ପଦବି ମଧ୍ୟ ପଦବି ମଞ୍ଜୁର କରାଯାଇଛି। ଏଥିରେ ଲାବରୋଟାରି ଟେକ୍ନିସିଆନ୍, ଲାବୋରେଟାରି ଆଟେଣ୍ଡାଣ୍ଟ, ଷ୍ଟୋର କିପର, ହେଲ୍‌ଥ ଏଜୁକେଟର, ଅଡିଓମେଟ୍ରି ଟେକ୍‌ନିସିଆନ୍, ରିଫ୍ରାକ୍ସିଓନିଷ୍ଟ, ଡାର୍କ ରୁମ୍ ଆସିଷ୍ଟାଣ୍ଟ ପଦବି ରହିଛି।

ସେହିପରି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ୪ଟି ପଦବି ପାଇଁ ୮ଟି ପଦବିକୁ ବିଭାଗ ମଞ୍ଜୁର ଦେଇଛି। କ୍ୟାପିଟାଲ ହସ୍ପିଟାଲ ପିଜି ପାଠ୍ୟକ୍ରମରେ ବାଇଓକେମିଷ୍ଟ୍ରି, ପାଥୋଲୋଜି, ମାଇକ୍ରୋବାଇଓଲୋଜି, ଫରେନ୍ସିକ୍ ସାଇନ୍ସ, ଜେନେରାଲ ମେଡିସିନ୍, ଟିବି ଓ ରେସ୍ପିରେଟାରି, ‌ପେଡିଆଟ୍ରିକ୍ସ, ଜେନେରାଲ ସର୍ଜରି, ଅର୍ଥୋପେଡିକ୍ସ, ଇନ୍‌ଏଟି, ଓ ଏଣ୍ଡ ଜି, ରେଡିଓ ଡାଏଗ୍ନୋସିସ୍, ଆନାସ୍ଥେସିଓଲୋଜି ଓ ଏମର୍ଜେନ୍ସି ମେଡିସିନ୍‌ରେ ପାଠପଢ଼ା ହେବ। ଗ୍ରୁପ୍ ବି ଓ ସି ପଦବିକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଚୁକ୍ତିଭିତ୍ତିକ ଥିବା ବେଳେ ଏଥିପାଇଁ ଆବଶ୍ୟକ ଦରମା ସାଧାରଣ ପ୍ରଶାସନ ବିଭାଗ ପରିଚାଳନା କରିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe