କ୍ୟାପିଟାଲ ହସ୍ପିଟାଲ: ସୋମବାରଠାରୁ ଦୁଇ ବେଳା ଖୋଲିବ ଆଉଟ୍‌ଡୋର

Advertisment
ଚଳନ୍ତା ଟ୍ରେନରୁ ଖସିପଡ଼ି ଅଜଣା ଯୁବକଙ୍କ ମୃତ୍ୟୁ

the new indian express

ଭୁବନେଶ୍ୱର: ସୋମବାରଠାରୁ କ୍ୟାପିଟାଲ ହସ୍ପିଟାଲରେ ଖୋଲିବ ଦୁଇ ବେଳା ଆଉଟ୍‌ଡୋର। ହେଲେ ଆଉ କିଛି ଦିନ ପରେ ଅପରେସନ ଥିଏଟର (ଓଟି) ଖୋଲିବ। ବର୍ତ୍ତମାନ ମଧ୍ୟ କରୋନା ଥମି ନଥିବାରୁ କଟକଣା ସହ ଆଉଟଡୋର ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି। କରୋନା ୩ୟ ଲହରରେ କ୍ୟାପିଟାଲ ହସ୍ପିଟାଲର ପ୍ରାୟ ଏକ ତୃତୀୟାଂଶ କର୍ମଚାରୀ ସଂକ୍ରମିତ ହୋଇଥିଲେ। ତେଣୁ କର୍ମଚାରୀଙ୍କୁ ହିତ ଦୃଷ୍ଟିରୁ ହସ୍ପିଟାଲ ଆଉଟ୍‌ଡୋରକୁ ଉପରବେଳା ବନ୍ଦ କରି ଦିଆଯାଇଥିଲା। ରୋଗୀମାନେ ହଇରାଣ ହୋଇଥିଲେ। ରୋଗୀ ସଂଖ୍ୟାକୁ ଦୃଷ୍ଟିରେ ରଖି ଆଉଟ୍‌ଡୋର ସମୟକୁ ଏକ ଘଣ୍ଟା ବୃଦ୍ଧି କରାଯାଇଥିଲା। ସୋମବାରଠାରୁ ପୂର୍ବଭଳି ସକାଳ ୮ଟାରୁ ମଧ୍ୟାହ୍ନ ୧ଟା ଓ ଉପର ବେଳା ଅପରାହ୍‌ଣ ୩ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଆଉଟ୍‌ଡୋର ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। କରୋନା ସଂକ୍ରମିତଙ୍କ ସଂଖ୍ୟା କମିବା ପରେ ଓଟି ଖୋଲାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe