କୁହୁଡ଼ି ଚାଦରରେ ରାଜଧାନୀ: ୨୦ ମିଟର ଦୂରକୁ ଦିଶିଲାନି; ଆଜିଠୁ ଶୀତ, କୁହୁଡ଼ି କମିବ

Advertisment
କୁହୁଡ଼ି ଚାଦରରେ ରାଜଧାନୀ: ୨୦ ମିଟର ଦୂରକୁ ଦିଶିଲାନି; ଆଜିଠୁ ଶୀତ, କୁହୁଡ଼ି କମିବ

ଭୁବନେଶ୍ବର : ଶୁକ୍ରବାର ସକାଳୁ ସକାଳୁ ଘନ କୁହୁଡ଼ିରେ ଆଚ୍ଛାଦିତ ଥିଲା ପୂରା ରାଜଧାନୀ। କୁହୁଡ଼ିର ଘନତା ଏତେ ଥିଲା ଯେ ସାମ୍‌ନାରେ ଯାଉଥିବା ଗାଡ଼ି ବି ଦେଖିବା ସମ୍ଭବ ହେଉନଥିଲା। ପାଖାପାଖି ସାଢ଼େ ୧୦ଟା ପର୍ଯ୍ୟନ୍ତ କୁହୁଡ଼ିରେ ଢାଙ୍କି ହୋଇ ରହିବା ପରେ ସୂର୍ଯ୍ୟକିରଣ ଟାଣ ହେବାରୁ ଧୀରେଧୀରେ ଅପସରି ଯାଇଥିଲା।

publive-image

ଘନ କୁହୁଡ଼ି ଯୋଗୁଁ ପଟିଆ, ଚନ୍ଦ୍ରଶେଖରପୁର, ଖଣ୍ଡଗିରି, ଶିଖରଚଣ୍ଡୀ ଓ ଧଉଳି ଆଦି ଅଞ୍ଚଳରେ ସମୟରେ ଦୃଶ୍ୟମାନ ଦୂରତା ୨୦ ମିଟର ରହିଥିବା ବେଳେ ବିମାନବନ୍ଦର ଅଞ୍ଚଳରେ ଏହା ୧୦୦ ମିଟର ରହିଥିଲା। ଆସନ୍ତାକାଲି ମଧ୍ୟ ରାଜଧାନୀରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

publive-image

କେନ୍ଦ୍ରର ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି ଯେ ଏବେ ରାଜ୍ୟ ତଥା ରାଜଧାନୀ ଉପରେ ଗୁରୁଚାପବଳୟର ପ୍ରଭାବ ନଥିବାରୁ ଏବଂ ରାଜ୍ୟକୁ କ୍ରମାଗତ ଭାବେ ବଙ୍ଗୋପସାଗରୀୟ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହିତ ହୋଉଥିବାରୁ ବିଶେଷ କୁହୁଡ଼ି ଦେଖାଯିବ ନାହିଁ। ପାଗ ମେଘୁଆ ରହିବ। ଧୀରେ ଧୀରେ ତାପମାତ୍ରା ବଢ଼ିବ। ଗତକାଲି ଅର୍ଥାତ୍‌ ୨୦ ତାରିଖରେ ରାଜଧାନୀର ରାତି ତାପମାତ୍ରା ୧୩.୮ ଡିଗ୍ରି ରହିଥିବା ‌ବେଳେ ଆଜି ରାତିରେ ଏହା ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ି ୧୬.୮ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା ୨ ଦିନରେ ରାଜଧାନୀର ରାତି ତାପମାତ୍ରା ୧୮ଡିଗ୍ରିକୁ ବଢ଼ିବା ସହ ଶୀତ ସମ୍ପୂର୍ଣ୍ଣ ଗାଏବ ହୋଇଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe