ନିୟନ୍ତ୍ରଣକୁ ଆସୁଛି ରାଜଧାନୀ, ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥ ସଂଖ୍ୟା ବଢ଼ିବା ଶୁଭ ସଂକେତ

Advertisment

ଅଧିକ ଟିକାକରଣର ସକାରାତ୍ମକ ପ୍ରଭାବ ପଡ଼ୁଛି

ଅଧିକ ଟିକାକରଣର ସକାରାତ୍ମକ ପ୍ରଭାବ ପଡ଼ୁଛି

ନିୟନ୍ତ୍ରଣକୁ ଆସୁଛି ରାଜଧାନୀ, ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥ ସଂଖ୍ୟା ବଢ଼ିବା ଶୁଭ ସଂକେତ

ଭୁବନେଶ୍ବର : ରାଜ୍ୟର ସୁସ୍ଥ ହାର ତୁଳନାରେ ରାଜଧାନୀର ସୁସ୍ଥ ହାର ଏବେ କମ୍‌ ରହିଛି। ହେଲେ ଆକ୍ରାନ୍ତଙ୍କ ସଂଖ୍ୟା ତୁଳନାରେ ସୁସ୍ଥ ସଂଖ୍ୟା ଲଗାତାର ଅଧିକ ରହିବା ରାଜଧାନୀ ପାଇଁ ଶୁଭ ସଂକେତ ବୋଲି ବିଚାର କରାଯାଉଛି।

ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ସ୍ବାସ୍ଥ୍ୟ ବିଶେଷଜ୍ଞ ଓ ବିଭିନ୍ନ ମଡେଲ୍‌ ଅନୁଯାୟୀ, ଦୈନିକ ସୁସ୍ଥସଂଖ୍ୟା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ଅଧିକ ରହିଲେ କରୋନା ନିୟନ୍ତ୍ରଣକୁ ଆସିଲା ବୋଲି କୁହାଯିବ। ଏବେ ଲଗାତାର କିଛି ଦିନ ହେଲା ଏହି ଟ୍ରେଣ୍ଡ ଚାଲିଥିବାରୁ ରାଜଧାନୀରେ କରୋନା ନିୟନ୍ତ୍ରଣକୁ ଆସିବାର ଏହା ପ୍ରଥମ ପର୍ଯ୍ୟାୟ ବୋଲି କୁହାଯାଉଛି।

ଉକ୍ତ ଅଧିକାରୀଙ୍କ କହିବାନୁଯାୟୀ, ସୁସ୍ଥ ସଂଖ୍ୟା ଯେପରି ବଢ଼ୁଛି, ହସ୍ପିଟାଲରେ ଶଯ୍ୟା ‌ସଂଖ୍ୟା ସେପରି ଅଧିକ ଖାଲି ହେଉଛି। ଏପରିକି ମୃତ୍ୟୁ ସଂଖ୍ୟା ଗତ ତିନ ଚାରି ଦିନ ହେଲା କମ୍‌ ରହିଛି। ଏହାବାଦ୍ ଭୁବନେଶ୍ବରରେ ଅନ୍ୟ ସହର ତୁଳନାରେ ଅଧିକ ଟିକାକରଣ ହେଉଥିବାରୁ ଏଠାରେ ସ୍ଥିତି ନିୟନ୍ତ୍ରକୁ ଆସିଛି ବୋଲି କୁହାଯାଇପାରିବ। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା, ଟେଷ୍ଟିଂ ତୁଳନାରେ ଆକ୍ରାନ୍ତଙ୍କ ସଂଖ୍ୟା ବହୁତ କମ୍‌ ରହୁଛି। ଏହି ସବୁ କାରଣ ପାଇଁ ରାଜଧାନୀରେ କରୋନା ନିୟନ୍ତ୍ରଣକୁ ଆସୁଛି ବୋଲି କୁହାଯାଉଛି। ଏବେ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଯୋଗୁଁ କରୋନା ଚେନ୍ ଭାଙ୍ଗୁଛି। ବହୁ ଲୋକ ସଚେତନ ହେଲେଣି। ତେଣୁ ସଂକ୍ରମଣ କମୁଛି। ପୂର୍ବଭଳି ଏବେ ଦୈନିକ ସଂକ୍ରମଣ ସଂଖ୍ୟା ହଜାରେ ଉପରକୁ ରହୁ ନଥିବାରୁ ସ୍ଥିତି ଏବେ ନିୟନ୍ତ୍ରଣକୁ ଆସିଛି ବୋଲି କୁହାଯାଇପାରିବ। ବିଏମ୍‌ସିର ସୂଚନା ଅନୁଯାୟୀ, ଗତ ୬ଦିନରେ ଦୈନିକ ଆକ୍ରାନ୍ତ ଓ ସୁସ୍ଥ ସଂଖ୍ୟା ଦେଖିଲେ ଜଣାପଡ଼ିଛି ଯେ ମାତ୍ର ଦିନଟିଏ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା କମ୍‌ ଥିଲା। ଏପରିକି ଲଗାତାର ୪ଦିନ ହେଲା ଦୈନିକ ସଂସ୍ଥ ସଂଖ୍ୟା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ଅଧିକ ରହୁଛି।

ଉଲ୍ଲେଖ‌ଯୋଗ୍ୟ, ରାଜଧାନୀରେ ମେ’ ୨୪ରେ ୯୦୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୨୧ଜଣ ସୁସ୍ଥ ହୋଇଥିଲେ, ୨୫ରେ ୧୦୬୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୯୬ଜଣ ସୁସ୍ଥ ହୋଇଥିଲେ। ୨୬ରେ ୯୧୯ ଜଣ ଆକ୍ରାନ୍ତ ଓ ୧୦୧୯ ଜଣ ସୁସ୍ଥ, ୨୭ରେ ୪୭୧ ଜଣ ଆକ୍ରାନ୍ତ ଓ ୧୦୬୨ଜଣ ସୁସ୍ଥ, ୨୮ରେ ୭୪୭ଜଣ ଆକ୍ରାନ୍ତ ଓ ୯୯୫ଜଣ ସୁସ୍ଥ, ୨୯ରେ ୮୭୧ଜଣ ଆକ୍ରାନ୍ତ ଓ ୧୦୭୩ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe