Capital on high alert: ହାଇଆଲର୍ଟରେ ରାଜଧାନୀ

ଦିଲ୍ଲୀ ବିସ୍ଫୋରଣ ପରେ ରାଜଧାନୀ ଭୁବନେଶ୍ବରରେ ହ‌ାଇଆଲର୍ଟ ଜାରି କରାଯାଇଛି। ପୁଲିସ ପକ୍ଷରୁ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ କନ୍‌ଭଏ ପାଟ୍ରୋଲିଂ କରିବା ସହିତ ରେଳ ଷ୍ଟେସନ୍...

Untitled-2

ଭୁବନେଶ୍ବର: ଦିଲ୍ଲୀ ବିସ୍ଫୋରଣ ପରେ ରାଜଧାନୀ ଭୁବନେଶ୍ବରରେ ହ‌ାଇଆଲର୍ଟ ଜାରି କରାଯାଇଛି। ପୁଲିସ ପକ୍ଷରୁ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ କନ୍‌ଭଏ ପାଟ୍ରୋଲିଂ କରିବା ସହିତ ରେଳ ଷ୍ଟେସନ୍ ଓ ଏୟାରପୋର୍ଟ ଆଦି ସ୍ଥାନମାନଙ୍କରେ ସୁରକ୍ଷା ବଢ଼ାଇ ଦିଆଯାଇଛି। କନଭୟରେ ଆଣ୍ଟି ଟେରର୍ ସ୍କ୍ବାଡ୍ ମଧ୍ୟ ଏହି କନଭୟ ପାଟ୍ରୋଲିଂରେ ସାମିଲ ହୋଇଥିଲେ।  ଭୁବନେଶ୍ବର‌ ଷ୍ଟେସନରେ ସନ୍ଧାନୀ କୁକୁରଙ୍କ ସହାୟତାରେ ବିଭିନ୍ନ ଟ୍ରେନ, ଯାତ୍ରୀଙ୍କ ବ୍ୟାଗ୍ ଯା‌ଞ୍ଚ କରାଯାଉଛି। ବମ୍ ସ୍କ୍ବାଡ୍‌କୁ ମଧ୍ୟ ଆଲର୍ଟ କରାଯାଇଛି। ଷ୍ଟେସନ ମଧ୍ୟରେ କମିସନରେଟ୍ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଯାଞ୍ଚ କରାଯାଇଛି। ସେହିପରି ରାଜଧାନୀର ବିଭିନ୍ନ ତାରକା ହୋଟେଲଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।

Untitled-3

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe