ପୁଲିସ ବଳୟରେ ରହିବ ରାଜଧାନୀ: ଡିଜି-ଆଇଜି ସମ୍ମିଳନୀ ବେଳେ ଅଘଟଣ ଏଡ଼ାଇବା ପାଇଁ...

Advertisment

ଓଡ଼ିଶାରେ ପ୍ରଥମ ଥର ପାଇଁ ସର୍ବଭାରତୀୟ ଡିଜି-ଆଇଜି ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଚଳିତ ମାସ ୨୯ ତାରିଖରୁ ଡିସେମ୍ବର ୧ ପର୍ଯ୍ୟନ୍ତ ତିନି ଦିନ ଧରି ଏହି ସମ୍ମିଳନୀ ଅନୁଷ୍ଠିତ ହେବ।

ଓଡ଼ିଶାରେ ପ୍ରଥମ ଥର ପାଇଁ ସର୍ବଭାରତୀୟ ଡିଜି-ଆଇଜି ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଚଳିତ ମାସ ୨୯ ତାରିଖରୁ ଡିସେମ୍ବର ୧ ପର୍ଯ୍ୟନ୍ତ ତିନି ଦିନ ଧରି ଏହି ସମ୍ମିଳନୀ ଅନୁଷ୍ଠିତ ହେବ।

dgdagdagda

ଭୁବନେଶ୍ବର: ଓଡ଼ିଶାରେ ପ୍ରଥମ ଥର ପାଇଁ ସର୍ବଭାରତୀୟ ଡିଜି-ଆଇଜି ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଚଳିତ ମାସ ୨୯ ତାରିଖରୁ ଡିସେମ୍ବର ୧ ପର୍ଯ୍ୟନ୍ତ ତିନି ଦିନ ଧରି ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିପାଇଁ ପୂରା ରାଜଧାନୀକୁ ଏବେଠାରୁ ହାଇଆଲର୍ଟରେ ରଖାଯାଇଛି। ବିମାନବନ୍ଦରରୁ ଲୋକସେବାଭବନ, ରାଜଭବନ ଓ ରାଜ୍ୟ ଅତିଥିଭବନ ସମେତ ସହରର ପ୍ରମୁଖ ଅଞ୍ଚଳରେ ପୁଲିସ କଡ଼ା ପହରା ଦେଲାଣି।  ସମଗ୍ର ଭୁବନେଶ୍ବରକୁ ନୋ ଡ୍ରୋନ୍‌ ଜୋନ୍‌ ଘୋଷଣା କରାଯାଇଛି। ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ସମୟରେ କାଳେ କୌଣସି ଅଘଟଣ ଘଟିବ, ତାହାକୁ ନଜରରେ ରଖି ୮୫ ପ୍ଲାଟୁନ୍‌ ପୁଲିସ ବଳ ନିୟୋଜିତ ହେବେ। ସବୁ ଗଳି କନ୍ଦି ଉପରେ ବି ପୁଲିସ ନଜର ରହିବ।

ହାଇଆଲର୍ଟ, ନଜର ରଖିଛି ‌ଡ୍ରୋନ୍‌

ମୋଦୀ, ଶାହ ଓ ଡୋଭାଲ୍‌ଙ୍କ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା
ବୋଥ୍ରାଙ୍କ ହାତରେ ଟ୍ରାଫିକ୍ ଦାୟିତ୍ବ, ସହଯୋଗ କରିବେ ଆଉ ଦୁଇ ଆଇପିଏସ୍‌
ପ୍ରମୁଖ ଅଞ୍ଚଳମାନଙ୍କରେ କଡ଼ା ପହରା ଦେବେ ଆଇଜି ପାହ୍ୟାର ଅଫିସର

 ଏଇଥିପାଇଁ ଯେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସମ୍ମିଳନୀରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଉଛନ୍ତି। ମୋଦୀ ତିନି ଦିନ ଭୁବନେଶ୍ବରରେ ରହିବେ। ଭୁବନେଶ୍ବରରେ ରୋଡ୍-ସୋ ସହିତ ବିଜେପି କାର୍ଯ୍ୟାଳୟରେ ବି ତାଙ୍କର ବୈଠକ ରହିଛି। ଏପଟେ  କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌ ମଧ୍ୟ ଯୋଗଦେବେ। ପ୍ରାରମ୍ଭିକ ତଥ୍ୟ ଅନୁସାରେ, ସମ୍ମିଳନୀ ପାଇଁ ୯୦ ଡିଜିପିଙ୍କ ସମେତ କେନ୍ଦ୍ରୀୟ ସୁରକ୍ଷା ବାହିନୀର ଡିଜି ଯୋଗଦେବେ।  ପ୍ରଥମ ଦିନ ଅର୍ଥାତ୍‌ ୨୯ ତାରିଖ ଦିନ କାର୍ଯ୍ୟକ୍ରମକୁ ଗୃହମନ୍ତ୍ରୀ ଅମିତ ଶାହ ଉଦ୍‌ଘାଟନ କରିବେ। ଉଦ୍‌ଯାପନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ ଉପସ୍ଥିତ ରହିବେ। ଏହି ସମ୍ମିଳନୀ ପାଇଁ ସବୁଠି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୮୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ସହିତ ୫ କମ୍ପାନି ସିଆର୍‌ପିଏଫ୍ ଓ ୫ କମ୍ପାନି ବିଏସ୍‌ଏଫ୍‌ ବି ନିୟୋଜିତ ହେବେ। ଲୋକସେବାଭବନ ସମ୍ମେଳନ କକ୍ଷ ଭିତରେ ଏସ୍‌ପିଜି ଯବାନମାନେ ସାଦାପୋଷାକରେ ମୁତୟନ ହେବେ। ଏହି କକ୍ଷ ବାହାରେ ପୁଲିସ ସୁରକ୍ଷା ବଳ ଓ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ଜଗିରହିବେ।

ଅନରୂପ ଭାବେ ରାଜ୍ୟ ଅତିଥିଭବନରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ‌୍ ଡୋଭାଲ୍‌ ଓ ଡିଜିପିମାନେ ରହୁଥିବା ପରିପ୍ରେକ୍ଷୀରେ ସେଠାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। 
ଏହି ସମୟରେ ଯେମିତି ଟ୍ରାଫିକ୍‌ ଜାମ୍ ଭଳି ପରିସ୍ଥିତି ସୃଷ୍ଟି ନ ହୁଏ, ସେଥିଲାଗି ଏଡିଜି ଅରୁଣ ବୋଥ୍ରାଙ୍କୁ ଦାୟିତ୍ବ ଦିଆଯାଇଛି। ପୂରା ଭୁବନେଶ୍ବରର ଟ୍ରାଫିକ୍ ତାଙ୍କ ନଜରରେ ରହିବ। ଖୋର୍ଧା ଏସ୍‌ପି ସାଗରିକା ନାଥ ଓ ନୟାଗଡ଼ ଏସ୍‌ପି ଏସ୍‌ ସୁଶ୍ରୀ ଏହି ସମୟରେ ବୋଥ୍ରାଙ୍କୁ  ଟ୍ରାଫିକ୍‌ ଦାୟିତ୍ବରେ ସହଯୋଗ କରିବେ। କେବଳ ସେତିକି ନୁହେଁ, ଯେଉଁ ସବୁ ଅଞ୍ଚଳରେ ପୁଲିସ ମୁଖିଆମାନେ ରହିବେ ଓ ଅନ୍ୟ ଭେନ୍ୟୁମାନଙ୍କର ସୁରକ୍ଷା ଦାୟିତ୍ବ ବରିଷ୍ଠ ଅଧିକାରୀଙ୍କ ହାତରେ ନ୍ୟସ୍ତ ରହିଛି।  ଜଣେ ଜଣେ ଆଇଜି ପାହ୍ୟାର ଅଫିସର୍‌ଙ୍କ ଦାୟିତ୍ବରେ ଏହି ଅଞ୍ଚଳ ରହିବ। ତାଙ୍କୁ ଦୁଇଜଣ ଏସ୍‌ପି ଓ କମାଣ୍ଡାଣ୍ଟ୍‌ ସହଯୋଗ କରିବେ। ଆଖପାଖ ଜିଲ୍ଲାରୁ ଅତିରିକ୍ତ ଏସ୍‌ପି ଓ ଡିଏସ୍‌ପିମାନଙ୍କୁ ରାଜଧାନୀ ସୁରକ୍ଷାରେ ନିୟୋଜିତ କରାଯିବ ବୋଲି ଜଣାପଡ଼ିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe