ଜଟଣୀ: ମଙ୍ଗଳବାର ଭୋର୍ ବେଳେ ସ୍ଥାନୀୟ ହରିଭାଇନା ଛକ ତଳଖେତା ରାସ୍ତା କିଷ୍ଟ୍ କଲେଜ୍ ନିକଟ ଲୁହା ଶଙ୍ଖ ପୋଲ ତଳକୁ ଏକ କାର୍ ଖସି ପଡ଼ିଥିବା ଜଣାପଡ଼ିଛି। ସ୍ଥାନୀୟ ବାଲିଛକ ସାହି ସୌମ୍ୟରଂଜନ ବେହେରାଙ୍କ ଏହି ନାଲି ରଙ୍ଗର ଫିଆଟ୍ ଆଡ୍ଭେଞ୍ଚର କାର୍(ଓଡି-୦୨ଏସି-୨୭୫୧)ଟି କୌଣସି କାରଣରୁ ଭାରସାମ୍ୟ ହରାଇ ଏପରି ଗଳିପଡ଼ିଥିବା ବେଳେ ସୌଭାଗ୍ୟକ୍ରମେ ଏହା ପାଣିରେ ଖସି ନପଡ଼ି ଭୂଇଁରେ ପଡ଼ିବାରୁ କାର୍ ଚାଳକଙ୍କ କୌଣସି କ୍ଷତି ହୋଇନାହିଁ। ଜଟଣୀ ଥାନା ପୁଲିସ୍ ଜେସିବି ଲଗାଇ କାର୍କୁ ଉଠାଇ ଆଣି ଥାନାରେ ରଖିଛି।
ପୋଲ ତଳକୁ ଖସିଲା କାର୍
Advertisment
Follow Us