୩୦ ଫୁଟ୍‌ ତଳକୁ ଖସିପଡ଼ିଲା କାର, ୪ ଆହତ

୩୦ ଫୁଟ୍‌ ତଳକୁ ଖସିପଡ଼ିଲା କାର, ୪ ଆହତ

ବାଲିଅନ୍ତା: ପୁରୁଣା ଜଗନ୍ନାଥ ପୂର୍ତ୍ତ ବିଭାଗ ରାସ୍ତାର ଟଙ୍କପାଣି ବ୍ରିଜ୍‌ ନିକଟରେ ବୁଧବାର ରାତି ପ୍ରାୟ ସାଢ଼େ ୧୨ଟା ସମୟରେ ଭୁବନେଶ୍ୱର ଅଭିମୁଖେ ଦ୍ରୁତବେଗରେ ଯାଉଥିବା ଏକ କାର ହଠାତ୍‌ ଭାରସାମ୍ୟ ହରାଇ ଟଙ୍କପାଣି ନଦୀବନ୍ଧ ଉପରୁ ପ୍ରାୟ ୩୦ ଫୁଟ୍‌ ତଳକୁ ଖସିପଡ଼ିଥିଲା। ଫଳରେ କାର ଭିତରେ ଚାପି ହୋଇ ଚାଳକଙ୍କ ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକମାନେ ସମସ୍ତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍‌ସରେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ। ତେବେ ଆହତମାନଙ୍କ ପରିଚୟ ଓ ଠିକଣା ଜଣାପଡ଼ିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe