କାର୍‌ ଧକ୍କାରେ ବୃଦ୍ଧ ମୃତ, ରାସ୍ତା ଅବରୋଧ

Advertisment
ଦୁର୍ଘଟଣାରେ ବରଯାତ୍ରୀ ଯୁବକ ମୃତ

ଚନ୍ଦ୍ରଶେଖରପୁର: ଡମଣା ଛକ ନିକଟରେ ରାସ୍ତା ପାର୍‌ ହେଉଥିବା ବେଳେ କାର୍‌ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ ଜନକ ବେହେରା (୭୨)। ସେ ପଟିଆ ଅଞ୍ଚଳରେ ନିଜ ପରିବାର ସହ ରହୁଥିବା ବେଳେ ଆଜି ମଧ୍ୟାହ୍ନରେ କୌଣସି ଏକ କାମ ପାଇଁ ଡମଣା ଆସିଥିଲେ। ରାସ୍ତା ପାର ହେଉଥିବା ବେଳେ ତାଙ୍କୁ ଏକ କାର୍‌ (ଓଡି-୩୩ଏଲ୍‌-୯୯୮୪) ଧକ୍କା ଦେଇଥିଲା। ଏହାକୁ ନେଇ ଡମଣା ଛକରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ରାତି ପ୍ରାୟ ସାଢ଼େ ଦଶଟାରେ ସ୍ଥାନୀୟ ଲୋକ ଶବ ରଖି ରାସ୍ତା ଅବରୋଧ କରିଥିଲେ। ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ କାର୍‌କୁ ଜବତ କରିବା ସହିତ ଚାଳକକୁ ଅଟକ ରଖିଛି। ଏ ନେଇ ସ୍ୱର୍ଗତ ବେହେରାଙ୍କ ପୁଅ ମୁରଲୀଧର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe