କାର୍‌ କଳା କାଚ ଅପରେସନ୍ : ୧୦ ଦିନରେ ୫୦ରୁ ଅଧିକ ଗାଡ଼ିରୁ ଜରିମାନା ଆଦାୟ

କାର୍‌ କଳା କାଚ ଅପରେସନ୍ : ୧୦ ଦିନରେ ୫୦ରୁ ଅଧିକ ଗାଡ଼ିରୁ ଜରିମାନା ଆଦାୟ

ଭୁବନେଶ୍ୱର : ରାଜଧାନୀରେ କାର୍‌ରୁ କଳା ଫିଲ୍ମ(ପର୍ଦ୍ଦା) ଖୋଲିବା ଅଭିଯାନକୁ ଜୋରଦାର କରିଛି ଟ୍ରାଫିକ ପୁଲିସ। ରାଜମହଲ, ଏଜି ସମେତ ବିଭିନ୍ନ ଛକରେ ଏହି ଅଭିଯାନ ଜାରି ରହିଛି। ଗତ ୧୦ ଦିନ ଭିତରେ ୫୦ରୁ ଅଧିକ କାର୍‌ରୁ କଳା ଫିଲ୍ମ ଖୋଲାଯାଇଛି। ସେହି କାର୍‌ରୁ ଜରିମାନା ମଧ୍ୟ ଆଦାୟ କରାଯାଇଛି। ଜରିମାନା ବାବଦରେ ଗୋଟିଏ କାରରୁ ୫ ଶହ ଟଙ୍କା ଲେଖାଏଁ ଆଦାୟ କରାଯାଉଛି। ଆଗକୁ ଏହି ଅଭିଯାନ ଜୋରଦାର କରାଯିବ ବୋଲି ଟ୍ରାଫିକ ଏସିପି ସ୍ବସ୍ତିକ ପଣ୍ଡା କହିଛନ୍ତି।

publive-image

ସେହିପରି ବେଆଇନ ପାର୍କିଂ ବିରୋଧରେ ମଧ୍ୟ ଜୋରଦାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଗୋଟିଏ ଦିନରେ ଏକ ନମ୍ବର ହାଟ ଏବଂ ମାର୍କେଟ ବିଲ୍ଡିଂ ନିକଟରେ ବେଆଇନ ଭାବେ ପାର୍କିଂ ହେଉଥିବା ୨୦ରୁ ୩୦ଟି ବାଇକ୍‌କୁ ଟ୍ରାଫିକ ପୁଲିସ କ୍ରେନ୍ ମାଧ୍ୟମରେ ଉଠାଇ ନେଇଛି। ପରେ ସମ୍ପୃକ୍ତ ବାଇକ୍ ଚାଳକ ଟ୍ରାଫିକ ଥାନାକୁ ଯାଇ ଜରିମାନା ଦେଇ ଗାଡ଼ି ଆଣିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe