ଭୁବନେଶ୍ୱର : ଆଜି ରାତି ପ୍ରାୟ ୯ଟା ସମୟରେ ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆ ନିକଟସ୍ଥ ଏକାମ୍ର ହାଟ ପାଖରେ ଏକ ଚଳନ୍ତା କାର୍ରେ ହଠାତ୍ ନିଆଁଲାଗି ଜଳିଯାଇଛି। ନିଆଁ ଲାଗିଯିବା ସମୟରେ କାର୍ର ଡ୍ରାଇଭର ବାହାରି ଆସିବାରୁ ଏକ ବଡ଼ ବିପଦରୁ ରକ୍ଷା ପାଇଯାଇଛନ୍ତି। ଖବର ପାଇ ପୋଲିସ ଓ ନିଆଁଲିଭା ଗାଡି ଘଟଣାସ୍ଥଳରେ ପହଞ୍ଚି କାର୍ରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିଶମ ବିଭାଗ ଓ ପୋଲିସ ପକ୍ଷରୁ ଏହି ଘଟଣାର ଯାଞ୍ଚ୍ କରାଯାଉଛି।
/sambad/media/post_attachments/wp-content/uploads/2018/02/car1-300x240.jpg)
Follow Us