ଭୁବନେଶ୍ୱର ଉପକଣ୍ଠରେ ଦୁର୍ଘଟଣା: ପୁରୀ କେନାଲରେ ଖସିପଡ଼ିଲା କାର୍, ୨ ନିଖୋଜ

Advertisment
ଭୁବନେଶ୍ୱର ଉପକଣ୍ଠରେ ଦୁର୍ଘଟଣା: ପୁରୀ କେନାଲରେ ଖସିପଡ଼ିଲା କାର୍, ୨ ନିଖୋଜ

ଭୁବନେଶ୍ବର: ଭୁବନେଶ୍ୱର ଉପକଣ୍ଠ ପୁରୀ କେନାଲରେ ଏକ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଗତକାଲି ବିଳମ୍ବିତ ରାତିରେ ବାଲିଅନ୍ତା ଥାନା ଅଞ୍ଚଳରେ ଏହି ଅଘଟଣ ଘଟିଛି। ଏକ କାର ପୁରୀ କେନାଲରେ ଖସିପଡ଼ି ଦୁଇଘଣ୍ଟା ଯାଏ ଜଳରେ ବୁଡ଼ି ରହିଥିଲା। ଆଜି ସକାଳେ ସ୍ଥାନୀୟ ଲୋକ କ୍ରେନ ସହାୟତାରେ ପାଣି ଭିତରୁ କାରଟିକୁ ଉଦ୍ଧାର କରିଥିଲେ, ହେଲେ କାର୍ ଭିତରେ ଥିବା ୨ ଜଣ ନିଖୋଜ ଅଛନ୍ତି। ନିଖୋଜ ଦୁଇ ଜଣ ବ୍ୟକ୍ତି ହେଉଛନ୍ତି ଜ୍ୟୋତି ବେଷ୍ଟ ପ୍ୟାକର୍ସର ଡ୍ରାଇଭର ସନ୍ଦୀପ କୁମାର ଏବଂ କର୍ମଚାରୀ ମହେନ୍ଦ୍ର କୁମାର।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୨ଟା ବେଳେ ଜ୍ୟୋତି ବେଷ୍ଟ ପ୍ୟାକର୍ସର ଦୁଇଟି କାର୍ ରାଜଧାନୀର ଶିବଶକ୍ତି ନଗରକୁ ଯାଉଥିଲେ। ହେଲେ ପୁରୀ ମୁଖ୍ୟ କେନାଲ ରାସ୍ତାରେ ଗୋଟିଏ କାର୍ ଭାରସାମ୍ୟ ହରାଇ କେନାଲ ମଧ୍ୟକୁ ଖସିପଡ଼ିଥିଲା। ସ୍ଥାନୀୟ ସିକ୍ୟୁରିଟି ଗାର୍ଡ ଦୁର୍ଘଟଣା ଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି କ୍ରେନ୍ ଯୋଗେ କାରକୁ ଉପରକୁ ଆଣିଥିଲେ, ହେଲେ କାରରେ ଭିତରେ ଥିବା ୨ ଜଣ ବ୍ୟକ୍ତିଙ୍କର ଏଯାଏଁ  ଖୋଜଖବର ମିଳିପାରିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe