କାର୍‌ ବିକି ଧୂର୍ତ୍ତ ଡ୍ରାଇଭର ଗିରଫ

Advertisment
ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ପିଛା କରି ଯୁବକ ଅଟକ

image source-nayalook.com

ଭୁବନେଶ୍ବର : ମାଲିକଙ୍କ କାର୍‌କୁ ଚତୁରତାର ସହ ବିକି ଦେଇଥିବା ଅଭିଯୋଗରେ ଗୁରୁବାର ଖଣ୍ଡଗିରି ଥାନା ପୁଲିସ ଉକ୍ତ କାର୍‌ ଡ୍ରାଇଭରକୁ ଗିରଫ କରିଛି। ଅଭିଯୁକ୍ତ ହେଲା, କେନ୍ଦୁଝରର ଆଶିଷ କୁମାର ଜେନା। ପୁଲିସ ସୂଚନାନୁସାରେ, ପାତ୍ରପଡ଼ା ଶ୍ରୀକ୍ଷେତ୍ର ବିହାରରେ ରହୁଥିବା ଅଳକାନନ୍ଦା ପରିଡ଼ାଙ୍କର ଏକ ମାରୁତି ସୁଜୁକି ବାଲେନୋ କାର୍‌ ଅଛି। ଅଭିଯୁକ୍ତ ଆଶିଷ ତାଙ୍କ ନିକଟରେ ଚାକିରି କରି ଏହି କାର୍‌ ଚଳାଉଥିଲା। ସେ ୨୦୧୮ ମସିହାରୁ ଅଳକାନନ୍ଦାଙ୍କ କାର୍‌ ଚଳାଇ ଆସୁଥିଲା। ତେଣୁ ଆଶିଷ ଉପରେ ତାଙ୍କର ବିଶ୍ବାସ ଆସି ଯାଇଥିଲା। ‌ତେଣୁ ଏହାର ଫାଇଦା ନେଇ ଆଶିଷ ଭିତରେ ଭିତରେ ତାଙ୍କୁ ଠକିବାକୁ ଯୋଜନା କରିସାରିଥିଲା। କାର୍‌ ମରାମତି କରାଇବାକୁ କହି ସେ ଗ୍ୟାରେଜ୍‌ ନେଇଥିଲା। କିନ୍ତୁ ଗ୍ୟାରେଜ୍‌ ନ ନେଇ ସେ ମଞ୍ଚେଶ୍ୱର ଚକେଇସିଆଣିର ଆଲୋକ ଦାସଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କାରେ ବିକ୍ରି କରି ଦେଇଥିଲା। ଅପରପକ୍ଷେ ରାସ୍ତାରୁ କାର୍ ଚୋରି ହୋଇଗଲା ବୋଲି ଅଳକାନନ୍ଦାଙ୍କୁ କହିଥିଲା। ତେଣୁ ଅଳକାନନ୍ଦା ଏ ନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତରେ ଧୂର୍ତ୍ତ ଆଶିଷର ଖେଳ ଧରା ପଡ଼ି ଯାଇଥିଲା। ଗାଡ଼ି ବିକି ଦେଇଛି ବୋଲି ସେ ପୁଲିସ୍‌ ନିକଟରେ ମାନି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe