୩୦ ଫୁଟ୍‌ ତଳେ ପଡ଼ି କାର୍‌ ଚୂରମାର୍‌

Advertisment
୩୦ ଫୁଟ୍‌ ତଳେ ପଡ଼ି କାର୍‌ ଚୂରମାର୍‌

ପୁରୁଣା ଭୁବନେଶ୍ୱର : ପଳାସପଲ୍ଲୀ ନିକଟ ପୁନାମାଗେଟ୍ ଓଭରବ୍ରିଜ୍ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ଭାରସାମ୍ୟ ହରାଇ ପୋଲର ସୁରକ୍ଷା ବାଡ଼ ଭାଙ୍ଗି ୩୦ଫୁଟ୍ ତଳକୁ ଖସି ପଡ଼ିଥିଲା। କାର୍‌ଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ବେଳେ ସେଥିରେ ଥିବା ଚାଳକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ହେଲେ, ଏୟାରପୋର୍ଟ ଥାନା ଅଧୀନ କୋକିଳା ଗାର୍ଡେନ୍‌ରେ ରହୁଥିବା ରୁଦ୍ର ପଟ୍ଟନାୟକ(୩୦)।

ମିଳିଥିବା ସୂଚନା ଅନୁଯାୟୀ, ନବୀନ ନିବାସ ପଟୁ ଦ୍ରୁତଗାମୀ ଆଇ-୨୦ କାର୍(ଓଡ଼ି-୦୨ବିଆର୍ ୮୨୯୫) ଭୀମଟାଙ୍ଗୀ ପଟକୁ ଯାଉଥିଲା। ଓଭରବ୍ରିଜ୍ ଚଢ଼ିବା ପରେ କର୍‌ଟି ଭାରସାମ୍ୟ ହରାଇଥିଲା ଓ ରାସ୍ତାକଡ଼ ସୁରକ୍ଷା ବାଡ଼ ଭାଙ୍ଗି ତଳକୁ ଖସି ପଡ଼ିଥିଲା। ତେବେ ସେ‌ ସମୟରେ ଲୋକଙ୍କ ଆତଯାତ ନଥିବାରୁ ଏକ ବଡ଼ଧରଣର ଅଘଟଣ ଅଳ୍ପକେ ବର୍ତ୍ତି ଯାଇଥିଲା। ପ୍ରଚଣ୍ଡ ଶବ୍ଦ ଶୁଣି ନିକଟରେ ଥିବା କିଛି ସ୍ଥାନୀୟ ଲୋକ ଚାଳକ ରୁଦ୍ରଙ୍କୁ ଗାଡ଼ିରୁ ବାହାର କରିଥିଲେ। ଖବର ପାଇ ପରିବାରଲୋକ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ପରେ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe