ରାସ୍ତାକଡ଼ରୁ ପରିତ୍ୟକ୍ତ କାର୍‌ ଜବତ

Advertisment
ରାସ୍ତାକଡ଼ରୁ ପରିତ୍ୟକ୍ତ କାର୍‌ ଜବତ

ଖଣ୍ଡଗିରି : ଶୁକ୍ରବାର ପୂର୍ବାହ୍ଣ ପ୍ରାୟ ୧୦ଟାରେ ଯାଁଳା ଫାଣ୍ଡି ପୁଲିସ ୧୬ନମ୍ବର ଜାତୀୟ ରାଜପଥ ଉପରୁ ଏକ ପରିତ୍ୟକ୍ତ କାର୍‌କୁ ଜବତ କରିଛି। କାର୍‌ର ମାଲିକ କିଏ ଜଣାପଡ଼ିନାହିଁ ବୋଲି ପୁଲିସ ସୂଚନା ଦେଇଛି। ତେଣୁ ୨ ଦିନ ଧରି ବଜାରରେ ଥୁଆ ହୋଇଥିବା କାର୍‌କୁ ନେଇ ବିଭିନ୍ନ କଥା ଉଠୁଛି। ଦୁଇ ଦିନ ତଳେ ଯାଁଳା ବଜାରରେ ହୋଇଥିବା ସିରିଜ୍‌ ଲୁଟ୍‌ର ଦୁର୍ବୃତ୍ତମାନେ ଏହି କାର୍‌କୁ ଛାଡ଼ି ପଳାଇଥିବା ସନ୍ଦେହ କରାଯାଉଛି। ଦୁଇ ଦିନ ହେଲା ଯାଁଳା ବଜାରସ୍ଥିତ ହନୁମାନ ମନ୍ଦିର ନିକଟରେ ଏକ କାର୍‌ (ଓଆର୦୨ଏଆର୍‌-୦୦୫୪) ଅଟକି ରହିଥିଲା। ପ୍ରଥମେ ଲୋକେ ଏହି କାର୍‌ଟି କୌଣସି ପାଖ ଘରର ସମ୍ପର୍କୀୟଙ୍କର ହୋଇଥିବ ବୋଲି ଧରି ନେଇଥିଲେ। ମାତ୍ର ଏହାର ସମ୍ମୁଖ ଭାଗ ସାମାନ୍ୟ ଭାଙ୍ଗିଥିବା ଓ ଦୁଇ ଦିନ ହେଲା କାର୍‌ ନିକଟକୁ କେହି ଆସୁନଥିବାରୁ ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା। ତେଣୁ ଲୋକେ ଯାଁଳା ଫାଣ୍ଡିକୁ ଖବର ଜଣାଇଥିଲେ। ପୁଲିସ ଆଖପାଖରେ ପଚାରଉଚରା କରିବା ପରେ କାର୍‌ ବାବଦରେ କିଛି ସନ୍ଧାନ ପାଇନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe