କାର୍‌ କାଚ ଭାଙ୍ଗି ନେଇଗଲେ ଲକ୍ଷେ ୨୦ ହଜାର

Advertisment
କାର୍‌ କାଚ ଭାଙ୍ଗି ନେଇଗଲେ ଲକ୍ଷେ ୨୦ ହଜାର

ଭୁବନେଶ୍ବର : ମାତିଛନ୍ତି ଲୁଟେରା। କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ଗହଳି ଥାଉ କି ଫାଙ୍କା, ସିସିଟିଭି କ୍ୟାମେରା ଲାଗୁ କି ପୁଲିସ ପଇଁତରା ମାରୁ, କିଛି ଶୁଣୁ ନାହାନ୍ତି। ବୁଧବାର ସ୍ପଷ୍ଟ ଦିବାଲୋକରେ କାର୍‌ର କାଚ ଭାଙ୍ଗି ଲୁଟେରା ଲୁଟିଛନ୍ତି ଲକ୍ଷେ ୨୦ ହଜାର ଟଙ୍କା। ଖାରବେଳ ନଗର ଥାନା ଅଞ୍ଚଳ ବ୍ୟସ୍ତବହୁଳ ଶ୍ରୀୟା ଛକରେ ଏହି ଅଘଟଣ ଘଟିଛି। ଅଭିଯୋଗ ପାଇବା ପରେ ପୁଲିସ ସେଠାରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଲୁଟେରାକୁ ଚିହ୍ନଟ କରିଛି। ତାକୁ ଧରିବା ପାଇଁ ବିଭିନ୍ନ ଜାଗାରେ ଚଢ଼ଉ ଜାରି ରହିଛି।

ବମିଖାଲ ଜୟଦୁର୍ଗା ନଗରରେ ରୁହନ୍ତି ବିଶ୍ବନନ୍ଦିତା ମିଶ୍ର। ସେ ବୁଧବାର ଅପରାହ୍ନରେ ଶ୍ରୀୟା ଛକରେ ଥିବା ଆକ୍ସିସ୍‌ ବ୍ୟାଙ୍କ୍‌କୁ ଟଙ୍କା ଉଠାଇବାକୁ ଆସିଥିଲେ। ବ୍ୟାଙ୍କ୍‌ରୁ ୧ ଲକ୍ଷ ୨୦ ହଜାର ଟଙ୍କା ଉଠାଇ ଗାଡ଼ି ଭିତରେ ରଖିଥିଲେ। ଗାଡ଼ି ବନ୍ଦ କରି ସେ କିଛି ଜିନିଷ କିଣିବା ପାଇଁ ପାଖ ଦୋକାନକୁ ଯାଇଥିଲେ। ଜିନିଷ କିଣି ସାରି ଫେରିବା ବେଳକୁ କାର୍‌ କାଚ ଭାଙ୍ଗି କେହି ଟଙ୍କା ନେଇ ଯାଇଥିବା ଦେଖିଥିଲେ। ଏ ନେଇ ସେ ଖାରବେଳ ନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଜନଗହଳିପୂର୍ଣ୍ଣ ଛକରେ ଦୁର୍ବୃତ୍ତଙ୍କର ଏଭଳି କାଣ୍ଡକୁ ନେଇ ବିସ୍ମୟ ପ୍ରକାଶ ପାଇଛି। ଲୁଟେରାମାନେ କିଭଳି ଏପରି ଦୁଃସାହସ କରିପାରୁଛନ୍ତି? କମିସନରେଟ୍‌ ପୁଲିସ ପ୍ରତି ଅପରାଧୀଙ୍କର ଭୟ କାହିଁକି ରହୁନି? ଏଭଳି ଅନେକ ପ୍ରଶ୍ନ ଏବେ ପୁଲିସର ପାରିବାପଣିଆ ପ୍ରତି ଅଙ୍ଗୁଳି ଉଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe