ସ୍କୁଟି ଉପରେ ଚଢ଼ିଗଲା କାର୍‌, ଯୁବତୀ ମୃତ

Advertisment

ସ୍କୁଟିରେ ଯାଉଥିଲେ ଦୁଇ ଭଉଣୀ, ଅନ୍ୟ ଜଣେ ବର୍ତ୍ତିଗଲେ

ସ୍କୁଟିରେ ଯାଉଥିଲେ ଦୁଇ ଭଉଣୀ, ଅନ୍ୟ ଜଣେ ବର୍ତ୍ତିଗଲେ

ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୧ ଗୁରୁତର

indian express

ଧଉଳି : ଭୁବନେଶ୍ବର-ପୁରୀ ଜାତୀୟ ରାଜପଥର ଉତ୍ତରା ଓ ଧଉଳି ଛକ ମଧ୍ୟରେ ଶନିବାର ପୂର୍ବାହ୍ନରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ପୁରୀ ଜିଲ୍ଲା କଣାସ ଥାନା ଅଧୀନ ତିଗିରିଆ ଗ୍ରାମର ଶ୍ରୀବତ୍ସ ଭୁଜବଳଙ୍କ ଝିଅ ବେଙ୍ଗଲତା ଭୁଜବଳ (୨୫)। ଆହତ ଯୁବତୀ ହେଲେ ଶାନ୍ତିଲତା ଭୁଜବଳ। ଏ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ମୃତ ଯୁବତୀଙ୍କ ପରିବାର ଲୋକଙ୍କୁ ଦାବି ମୁତାବକ କ୍ଷତିପୂରଣ ଦେବାକୁ ସାଧାରଣରେ ଦାବି ହୋଇଥିଲା। ଖବର ପାଇ ଧଉଳି ପୁଲିସ ପିସିଆର ଓ ଅଧିକାରୀ ପହଞ୍ଚିଥିଲେ। ତେବେ ଦୁର୍ଘଟଣା ଘଟାଇଥିବା କାର୍‌କୁ ପୁଲିସ ଜବତ କରିପାରି ନଥିଲା। କେବଳ ଘଟଣାସ୍ଥଳରୁ ଦୁର୍ଘଟଣାଗ୍ରସ୍ତ ସ୍କୁଟିକୁ ଜବତ କରିଥିଲା। ତେଣୁ ପୁଲିସ ଉକ୍ତ କାର୍‌କୁ ତୁରନ୍ତ ଜବତ କରି ଚାଳକକୁ ଗିରଫ କରୁ ବୋଲି ପରିବାର ଲୋକ ଥାନାରେ ପହଞ୍ଚି ଦାବି କରିଥିଲେ।

ସୂଚନାନୁଯାୟୀ ଶ୍ରୀବତ୍ସଙ୍କ ଦୁଇ ଝିଅ ବେଙ୍ଗଲତା ଓ ଶାନ୍ତିଲତା ଭୁବନେଶ୍ବର ୪ ନମ୍ବର ସ୍ଥିତ ଏକ ମଲ୍‌ରେ ଚାକିରି କରୁଥିଲେ। ପ୍ରତିଦିନ ଭଳି ଆଜି ସକାଳେ ଦୁଇ ଭଉଣୀ ସ୍କୁଟିରେ ଗାଁରୁ କାର୍ଯ୍ୟସ୍ଥଳକୁ ଯାଉଥିଲେ। ହେଲେ ଉତ୍ତରା ଛକ ନିକଟରେ ଏକ ଦ୍ରୁତଗାମୀ କାର୍‌ ସ୍କୁଟି ଉପରେ ଚଢ଼ି ଯାଇଥିଲା। ଫଳରେ ଦୁର୍ଘଟଣାସ୍ଥଳରେ ବେଙ୍ଗଲତାଙ୍କ ଅବସ୍ଥା ସଂକଟାପନ୍ନ ହୋଇପଡ଼ିଥିଲା। ସେମାନଙ୍କୁ ଚିକିତ୍ସା ଲାଗି ୧୦୮ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଦିନ ସାଢ଼େ ୧ଟା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଅନ୍ୟପକ୍ଷରେ ଆହତ ଶାନ୍ତିଲତା ପ୍ରାଥମିକ ଚିକିତ୍ସା ପରେ ହସ୍ପିଟାଲରୁ ଘରକୁ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe