କାର୍‌ ପାର୍କିଂ ନେଇ ଗଣ୍ଡଗୋଳ: ଜାଗମରାରେ ଗୁଳି ଫୁଟିଲା

ପତ୍ନୀଙ୍କୁ ହତ୍ୟାକରି ବିଜେପି ନେତାଙ୍କ ଆତ୍ମହତ୍ୟା

The Sentinel

ଭୁବନେଶ୍ବର : ଶୁକ୍ରବାର ଅପରାହ୍‌ଣ ପ୍ରାୟ ୪ଟା ବେଳେ ଜାଗମରା ଉପରସାହିରେ ଗୁଳି ଫୁଟିଛି। ସାମାନ୍ୟ ଗାଡ଼ି ପାର୍କିଂକୁ ନେଇ ବଚସା, ଗଣ୍ଡଗୋଳରୁ ଜଣେ ଠିକାଦାର ନିଜ ବନ୍ଧୁକରୁ ୩ ରାଉଣ୍ଡ୍ ଫାଙ୍କା ଗୁଳି ଚାଳନା କରି ଆତଙ୍କ ସୃଷ୍ଟି କରିଥିବା ଜଣାପଡ଼ିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ମୁତାବକ, ଆଜି ପର୍ଣ୍ଣଙ୍ଗ ଭୂଷଣ ପଟ୍ଟନାୟକ ତାଙ୍କ ଶ୍ବଶୁର ଘରକୁ ବୁଲିବାକୁ ଆସିଥିଲେ ଏବଂ ଶ୍ବଶୁର ଘର ପାଖ ରାସ୍ତାରେ ନିଜ କାର୍‌ ଛିଡ଼ା କରିଥିଲେ। ଏହି ସମୟରେ ତ୍ରିବେଦୀ ରାଉତ ନାମକ ଜଣେ ଠିକାଦାର ତାଙ୍କ କାର୍‌ ଆଣି ପଛରୁ ହର୍ନ ବଜାଇଥିଲେ। ପର୍ଣ୍ଣଙ୍ଗ ତାଙ୍କୁ ହର୍ନ କାହିଁକି ବଜାଉଛ ବୋଲି ପଚାରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇ କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ପରେ ତ୍ରିବେଦୀ ପର୍ଣ୍ଣଙ୍ଗଙ୍କୁ ଡରାଇବା ପାଇଁ ହଠାତ୍ ବନ୍ଧୁକ ବାହାର କରି ଉପରକୁ ୩ରାଉଣ୍ଡ୍ ଗୁଳି ଚାଳନା କରିଥିଲେ। ଖବର ପାଇ ଖଣ୍ଡଗିରି ପୁଲିସ ଉଭୟ ତ୍ରିବେଦୀ ଓ ପର୍ଣ୍ଣଙ୍ଗଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ତେବେ ତ୍ରିବେଦୀ ତାଙ୍କର ଲାଇସେନ୍ସ୍ ପ୍ରାପ୍ତ ବନ୍ଧୁକରୁ ଗୁଳିଚାଳନା କରିଛନ୍ତି। ମାତ୍ର ଏମିତି କ’ଣ ପରିସ୍ଥିତି ସୃଷ୍ଟି ହେଲା ଯେ ତ୍ରିବେଦୀଙ୍କୁ ଗୁଳି ଚଳାଇବାକୁ ପଡ଼ିଲା ବୋଲି ପୁଲିସ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe