ଭୁବନେଶ୍ବରରୁ କାର୍‌ ଚୋରି କରି କୋଲ୍‌କାତାରେ ବିକ୍ରି, କୁଖ୍ୟାତ କାର୍‌ ଚୋର ଗିରଫ

ଭୁବନେଶ୍ବରରୁ କାର୍‌ ଚୋରି କରି କୋଲ୍‌କାତାରେ ବିକ୍ରି, କୁଖ୍ୟାତ କାର୍‌ ଚୋର ଗିରଫ

ଭୁବନେଶ୍ବର : ଭୁବନେଶ୍ବରରୁ କାର୍‌ ଚୋରି କରୁଥିଲା। ଜଳେଶ୍ବରରେ ଇଞ୍ଜିନ ଓ ଚେସିସ ନମ୍ବର ସହ ଗାଡ଼ି ନମ୍ବର ବଦଳାଇ ଦେଉଥିଲା। ଆଉ କୋଲକାତାରେ ବିକ୍ରି କରୁଥିଲା। ଏଭଳି ଏକ କୁଖ୍ୟାତ ଚୋରକୁ ଗିରଫ କରିଛି ଭରତପୁର ଥାନା ପୁଲିସ। ସେ ହେଉଛି ଘାଟିକିଆ ନାୟକସାହିର ଅମିତ ନାୟକ। ତା’ ଠାରୁ ଏକ ହୋଣ୍ଡା କାର୍‌(ଓଡି ୦୨ ୱାଇ ୫୫୫୮) ଜବତ ହୋଇଛି। ଗତ ମାସ ୩ ତାରିଖ ରାତି ପ୍ରାୟ ୧୦ଟା ବେଳେ ଭିପୁଲ ଗାର୍ଡେନ୍‌ରେ ରହୁଥିବା ରୁଦ୍ର ନାୟକ ଘର ସାମ୍ନାରେ ପାର୍କିଂ ହୋଇଥିବା କାର୍‌ଟିକୁ ଅମିତ ଚୋରି କରିଥିଲା। ଏ ନେଇ ଶ୍ରୀ ନାୟକ ଭରତପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ହେବା ପରେ ଭରତପୁର ଥାନା ପୁଲିସ ଖୋଳତାଡ଼ ଜାରି ରଖିଥିଲା। ଗତକାଲି ଅପରାହ୍ନରେ ଚୋରି ଗାଡ଼ିଟି ସିଇଟଇ କଲେଜ୍‌ ସାମ୍ନାରେ ପାର୍କିଂ ହୋଇଥିବା ଖବର ମିଳିଥିଲା। ଭରତପୁର ଥାନା ପୁଲିସ ସାଦା ପୋଷାକରେ ଗାଡ଼ିର କିଛି ଦୂରରେ ଛକି ରହିଥିଲେ। ଅମିତ ଆସି କାର୍‌ ଭିତରେ ପଶିବା ମାତ୍ରେ ପୁଲିସ ମାଡ଼ି ବସିଥିଲା।

ତଦନ୍ତ ବେଳେ ଜଣାପଡ଼ିଥିଲା, ତା’ ନାମରେ ଖଣ୍ଡଗିରି ଥାନାରେ ୫ଟି ମାମଲା ଥିବା ବେଳେ ଚନ୍ଦକା ଥାନାରେ ଗୋଟିଏ ଓ ତମାଣ୍ଡୋ ଥାନାରେ ଗୋଟିଏ ମାମଲା ରହିଛି। ୨୧୦୮ ମସିହାରୁ ସେ ନିୟମିତ କାର୍‌ ଚୋରି କରୁଥିଲା। ଏଥିପାଇଁ କମିସନରେଟ୍‌ ପୁଲିସ ତାକୁ ୧୧୦ ଦଫାରେ ମଧ୍ୟ ଗିରଫ କରିଥିଲା। କିନ୍ତୁ ଜାମିନ୍‌ରେ ଆସିବା ପରେ ସେ ପୁଣି ଏଭଳି ଗାଡ଼ି ଚୋରିରେ ଲାଗି ଯାଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe