କେୟାର ହସ୍ପିଟାଲରେ କର୍କଟ ଓ ସ୍ତ୍ରୀ ରୋଗ ଲାପାରୋସ୍କୋପିକ୍‌ ସର୍ଜରି ଆରମ୍ଭ

କେୟାର ହସ୍ପିଟାଲରେ କର୍କଟ ଓ ସ୍ତ୍ରୀ ରୋଗ ଲାପାରୋସ୍କୋପିକ୍‌ ସର୍ଜରି ଆରମ୍ଭ

Care Hospitals

ଚନ୍ଦ୍ରଶେଖରପୁର: କେୟାର ହସ୍ପିଟାଲ୍‌ ପ୍ରଥମଥର ପାଇଁ ସ୍ତ୍ରୀ ରୋଗ, କର୍କଟ ଓ ଶଲ୍ୟ ଚିକିତ୍ସାରେ ଲାପାରୋସ୍କୋପିକ୍‌ ସର୍ଜରିର ପ୍ରୟୋଗ କରି ଏକ ଭିନ୍ନ ଉଦାହରଣ ସୃଷ୍ଟି କରିଛି। ଲାପାରୋସ୍କୋପିକ୍‌ ସର୍ଜରି ବିଭାଗଟି ଡାକ୍ତର ଜଟାଶଙ୍କର ମହାପାତ୍ର ଏବଂ ଡାକ୍ତର ରାତେଶଙ୍କ ପରି ଅଭିଜ୍ଞ ଡାକ୍ତରମାନଙ୍କୁ ନେଇ ଗଠନ କରାଯାଇଛି। ଏନେଇ ହସ୍ପିଟାଲ୍‌ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେୟାର ହସ୍ପିଟାଲର ଏଫ୍‌ସିଓଓ ଶ୍ରୀ ମୟୂର ଦାବେ କହିଲେ, ଆମେ ରୋଗୀମାନଙ୍କୁ ମିନିମାଲ ଇନ୍‌ଭାସିଭ୍‌ ଚିକିତ୍ସା ଶତକଡ଼ା ୯୯ ପ୍ରତିଶତ ଯୋଗାଇଦେବାରେ ସକ୍ଷମ। ଲାପାରୋସ୍କୋପିକ୍‌ ପେଲଭିକ୍ସ ସର୍ଜରି, ସ୍ତ୍ରୀ ରୋଗ, କର୍କଟ ଓ ଶଲ୍ୟ ବିଶାରଦ ଡା. ଶୈଳେଶ ପୁନ୍ତାମ୍ବେକର କୁହନ୍ତି, ଅତ୍ୟାଧୁନିକ ଜ୍ଞାନକୌଶଳର ଏହି ଇମେଜ୍‌ ଲିଜିଅନସ୍‌ ଚିକିତ୍ସା ପ୍ରାଣାଳୀ ଦ୍ୱାରା କର୍କଟ ରୋଗଗୁଡ଼ିକୁ ବହୁ ପୂର୍ବରୁ ନିରୂପଣ କରାଯାଇପାରିବ। ତେବେ ଡା. ଶୈଳେଶ ପ୍ରତିମାସ ଦ୍ୱିତୀୟ ଓ ଚତୁର୍ଥ ଶନିବାର କେୟାର ହସ୍ପିଟାଲ ଭୁବନେଶ୍ୱରରେ ଚିକିତ୍ସା ସେବା ଯୋଗାଇ ଦେବେ ବୋଲି ହସ୍‌ପିଟାଲ ପକ୍ଷରୁ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe