ଅକ୍ଟୋବର ୧ରୁ ବିଜୁ ପଟ୍ଟନାୟକ ବିମାନବନ୍ଦର ରନୱେର କାର୍ପେଟିଙ୍ଗ, ରାତି ୧୧ରୁ ସକାଳ ୭ଟା ପର୍ଯ୍ୟନ୍ତ ବିମାନ ଉଡାଣ ଓ ଅବତରଣ ବନ୍ଦ

Advertisment
ଅକ୍ଟୋବର ୧ରୁ ବିଜୁ ପଟ୍ଟନାୟକ ବିମାନବନ୍ଦର ରନୱେର କାର୍ପେଟିଙ୍ଗ, ରାତି ୧୧ରୁ ସକାଳ ୭ଟା ପର୍ଯ୍ୟନ୍ତ ବିମାନ ଉଡାଣ ଓ ଅବତରଣ ବନ୍ଦ

ଭୁବନେଶ୍ୱର: ଅକ୍ଟୋବର ୧ରୁ ବିଜୁ ପଟ୍ଟନାୟକ ବିମାନବନ୍ଦର ରନୱେର କାର୍ପେଟିଙ୍ଗ କାମ ଆରମ୍ଭ ହେବ। ଏଥିପାଇଁ ରାତି ୧୧ରୁ ସକାଳ ୭ଟା ପର୍ଯ୍ୟନ୍ତ ବିମାନ ଉଡାଣ ଓ ଅବତରଣ ବନ୍ଦ ରହିବ। ଚାରି ମାସ ଧରି କାର୍ପେଟିଙ୍ଗ କାମ ଚାଲିବ ବୋଲି କୁହାଯାଉଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକଡାଉନ ଜାରି କରାଯାଇଛି। ଲକ୍‌ଡାଉନ୍‌ ସମୟରେ ବିମାନ ଚଳାଚଳ ବନ୍ଦ ରହିଥିଲା। ଏହି କାରଣରୁ ବିମାନବନ୍ଦରକୁ ୫୦ ପ୍ରତିଶତରୁ ଅଧିକ କ୍ଷତି ସହିବାକୁ ପଡ଼ିଥିବା କୁହାଯାଉଛି।

ବିମାନ ଯାତ୍ରୀଙ୍କ ସଂଖ୍ୟା ପ୍ରାୟତଃ ୭୫ ପ୍ରତିଶତ କମିଯାଇଛି। ଚଳିତ ମେ ଓ ଜୁନ ମାସରେ ଅଧିକ ଯାତ୍ରୀ ଆସୁଥିବା ବେଳେ କମ ଯାତ୍ରୀ ଯାଉଥିଲେ। ସେହିପରି ବର୍ତ୍ତମାନ ସମୟରେ ଯେତିକି ଯାତ୍ରୀ ବିମାନରେ ଆସୁଛନ୍ତି ତା’ଠାରୁ ବହୁତ କମ୍‌ ଯାତ୍ରୀ ବିମାନରେ ଯାଉଛନ୍ତି । କରୋନା କଟକଣା ଯୋଗୁ ବର୍ତ୍ତମାନ ପ୍ରାୟ ଦୈନିକ ୧୭ଟି ବିମାନ ଭୁବନେଶ୍ବର ବିମାନବନ୍ଦରରୁ ଯାତ୍ରା ଆରମ୍ଭ କରୁଥିବା ବେଳେ ୩ ହଜାର ପାଖାପାଖି ଯାତ୍ରୀ ଯିବା ଆସିବା କରୁଥିବା ବିମାନ ବନ୍ଦର ନିର୍ଦ୍ଦେଶକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe