ଅଭିନେତ୍ରୀ ରିୟାଙ୍କ ବିରୋଧରେ ମାମଲା: ବିୟର୍‌ ବୋତଲରେ ପିଟିଥିଲେ

Advertisment

ପୀଡ଼ିତାଙ୍କ ଭଉଣୀ, ପଡ଼ୋଶୀଙ୍କ ବୟାନ ରେକର୍ଡ

ପୀଡ଼ିତାଙ୍କ ଭଉଣୀ, ପଡ଼ୋଶୀଙ୍କ ବୟାନ ରେକର୍ଡ

ଅଭିନେତ୍ରୀ ରିୟାଙ୍କ ବିରୋଧରେ ମାମଲା: ବିୟର୍‌ ବୋତଲରେ ପିଟିଥିଲେ

କଟକ: ଓଲିଉଡ୍ ଅଭିନେତ୍ରୀ ରିୟା ଦେ’ ଓ ତାଙ୍କ ସ୍ବାମୀ ଜଣେ ନାବାଳିକା ସହାୟିକାଙ୍କୁ ଘରେ ନିର୍ଯାତନା ଦେବା ଘଟଣା ସଂପର୍କରେ ବିଡ଼ାନାସୀ ଥାନା ପୁଲିସ ବୟାନ ରେକର୍ଡ କରିଛି। ନାବାଳିକା ଓ ଭଉଣୀ ଅଭିନେତ୍ରୀ ରିୟା ଓ ତାଙ୍କ ସ୍ବାମୀଙ୍କ ସଂପର୍କରେ ପୁଲିସ ଆଗରେ ବୟାନ ଦେଇଛନ୍ତି। ନାବାଳିକା ସହାୟିକାଙ୍କୁ ସେମାନେ ଘରେ ମାଡ଼ ମାରୁଥିଲେ। ଘରେ ତାଲା ଦେଇ ରଖୁଥିଲେ। ବିୟର୍‌ ବୋତଲ୍‌ରେ ନାବାଳିକାଙ୍କୁ ମାଡ଼ ମାରିବାରୁ ସେ ଚଲାବୁଲା ଠିକ୍‌ରେ କରିପାରୁନାହାନ୍ତି ବୋଲି ପୀଡ଼ିତା ଜଣକ ପୁଲିସକୁ ବୟାନରେ କହିଛନ୍ତି। ସୂଚନା ଅନୁଯାୟୀ, ଗଲା ୧୦ ତାରିଖରେ ପୀଡ଼ିତା ନାବାଳିକା ଜଣକ ଚନ୍ଦ୍ରଶେଖପୁର ଥାନାରେ ଅଭିଯୋଗ କରିଥିଲା। କିନ୍ତୁ ସେହି ମାମଲା ବିଡ଼ାନାସୀ ଥାନାକୁ ଗତକାଲି ସ୍ଥାନାନ୍ତର ହେବାସହିତ ବିଡାନାସୀ ପୁଲିସ ଏସଂକ୍ରାନ୍ତରେ ବି ମାମଲା ରୁଜୁ କରିଥିଲା।

ଗତକାଲି ବିଡ଼ାନାସୀ ଥାନା ପୁଲିସ ରିୟା ଓ ତାଙ୍କ ସ୍ବାମୀ ସୁନୀଲଙ୍କୁ ଘରେ ଜେରା କରିଥିବା ବେଳେ ଭୁବନେଶ୍ବରରେ ରହୁଥିବା ପୀଡ଼ିତାଙ୍କ ଭଉଣୀ ଆଜି ବିଡ଼ାନାସୀ ଥାନାରେ ହାଜର ହୋଇଥିଲେ। ଏବେ ପୀଡ଼ିତାଙ୍କୁ କମିସନରେଟ୍ ପୁଲିସ ପକ୍ଷରୁ ଭୁବନେଶ୍ବରର ଏକ ସ୍ବଧାର ଗୃହରେ ରଖାଯାଇଛି। ଏବେ ଘଟଣାର ତଦନ୍ତ ଚାଲିଥିବାରୁ ଆଉ କିଛିଦିନ ପରେ ପୁଲିସ ନାବାଳିକାଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ ବୋଲି କହିଛି। ଅନ୍ୟପଟେ ବିଡ଼ାନାସୀ ବନ୍ଧ ଛକ ନିକଟରେ ରହୁଥିବା ରିୟାଙ୍କ ପଡ଼ୋଶୀଙ୍କୁ ମଧ୍ୟ ବିଡ଼ାନାସୀ ଥାନା ପୁଲିସ ପଚରାଉଚରା କରିଥିବା ଥାନା ଆଇଆଇସି ଯୁବରାଜ ସ୍ବାଇଁ ସୂଚନା ଦେଇଛନ୍ତି। ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସସିପିସିଆର୍) ପକ୍ଷରୁ ମଧ୍ୟ ଏହି ଘଟଣାର ସମାନ୍ତରାଳ ଭାବେ ତଦନ୍ତ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe