କାଷ୍ଟିଂ କାଉଚ୍‌! ଅଭିନେତା ପିଣ୍ଟୁ ନନ୍ଦଙ୍କ ନାମରେ ମାମଲା, ଅଭିଯୋଗ ମିଥ୍ୟା ବୋଲି କହିଲେ ପିଣ୍ଟୁ

କାଷ୍ଟିଂ କାଉଚ୍‌! ଅଭିନେତା ପିଣ୍ଟୁ ନନ୍ଦଙ୍କ ନାମରେ ମାମଲା, ଅଭିଯୋଗ ମିଥ୍ୟା ବୋଲି କହିଲେ ପିଣ୍ଟୁ

Mycitylinks

ଭୁବନେଶ୍ବର: ଲକ୍‌ଡାଉନ୍‌ରେ କାଷ୍ଟିଂ କାଉଚ୍‌! ସିରିଏଲ୍‌ରେ ଅଭିନୟ କରାଇ ଦେବାକୁ କହି ଅସଦାଚରଣ ଅଭିଯୋଗ ହୋଇଛି। ସିରିଏଲ୍‌ ଓ ଫିଲ୍ମ କଳାକାର ପିଣ୍ଟୁ ନନ୍ଦଙ୍କ ନାମରେ ଆସିଛି ଏଭଳି ଅଭିଯୋଗ। ନୂଆପଲ୍ଲୀ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆଜି ତାଙ୍କୁ ଥାନାରେ ପଚରା ଉଚରା କରାଯାଇଛି।

ଅଭିଯୋଗ ମୁତାବକ, ଏକ ସିରିଏଲ୍‌ରେ ଅଭିନୟ କରିବା ପାଇଁ ଜନୈକା ଯୁବତୀଙ୍କୁ ସେ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ମୁତାବକ କଟକରେ ସୁଟିଂ କରିବା ପାଇଁ ତାଙ୍କୁ ଡକା ଯାଇଥିଲା। ରାତି ୧୧ଟା ପର୍ଯ୍ୟନ୍ତ ସୁଟିଂ ହୋଇନଥିଲା। କାହିଁକି ହେଲା ନାହିଁ ବୋଲି ଯୁବତୀ ଜଣକ ପ୍ରଶ୍ନ କରିବା ପରେ ପିଣ୍ଟୁ ନନ୍ଦ ତାଙ୍କୁ ଅସଦାଚରଣ କରିବା ସହ ମାଡ଼ ମାରିବାକୁ ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ତେବେ ଅଭିଯୋଗ ମିଥ୍ୟା ବୋଲି ପିଣ୍ଟୁ ନନ୍ଦ କହିଛନ୍ତି।

ବେଶ୍ କିଛି ଦିନ ହେବ ଓଲିଉଡରେ ଏପରି ଅଭିଯୋଗ ଆସି ନଥିଲା। ଏହି ଘଟଣା ଓଡ଼ିଆ ଚଳଚ୍ଚିତ୍ର ପରିସରରେ ଆଲୋଚନାର ଖୋରାକ ଯୋଗାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe