ଅପମିଶ୍ରିତ ପେଟ୍ରୋଲ ବିକ୍ରି ଅଭିଯୋଗ, ଥାନାରେ ଏତଲା

Advertisment
୨୪ ରାଜ୍ୟର ପେଟ୍ରୋଲ ପମ୍ପ୍‌ ଆଜି ତେଲ କିଣିବେନି, ଓଡ଼ିଶାରେ ପ୍ରଭାବ ପଡ଼ିବନି

India Today

ଭୁବନେଶ୍ବର: ଲୋକସେବା ଭବନ ପଛରେ ଥିବା ଏକ ପେଟ୍ରୋଲ ପମ୍ପରେ ଅପମିଶ୍ରିତ ପେଟ୍ରୋଲ ବିକ୍ରି ହେଉଥିବା ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି। ଜଣେ ଯୁବକ ବୁଲେଟ୍‌ରେ ପେଟ୍ରୋଲ ପକାଇବା ବେଳେ ପେଟ୍ରୋଲ ବଦଳରେ ପାଣି ବାହାରିଥିବା ସେ ଅଭିଯୋଗ କରିଛନ୍ତି। ଥାନାରେ ଏତଲା ହୋଇଥିଲେ ମଧ୍ୟ ମାମଲା ରୁଜୁ ହୋଇନଥିବା ପୁଲିସ କହିଛି। ଯୁବକଜଣକ ଅପରାହ୍‌ଣ ପ୍ରାୟ ୨ଟା ବେଳେ ୩୦୦ ଟଙ୍କାର ପେଟ୍ରୋଲ ପକାଇଥିଲେ। ପରେ କିଛି ବାଟ ଯିବା ପରେ ଗାଡ଼ିଟି ବନ୍ଦ ହୋଇଯାଇଥିଲା। ସେ ଟାଙ୍କି ଯାଞ୍ଚ କରିବାରୁ ସେଥିରେ ପାଣି ଥିବା ଦେଖିଥିଲେ। ଏଣୁ ସେ ପୁଣି ଥରେ ଟାଙ୍କିକୁ ଫେରିଥିଲେ। ବୋତଲରେ ଗାଡ଼ି ଟାଙ୍କିରୁ ତେଲ ବାହାର କରିବା ବେଳେ ପାଣି ଭଳି ତରଳ ପଦାର୍ଥ ବାହାରିଥିବା ଦେଖା ଯାଇଥିଲା।

ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କ କହିବା ଅନୁଯାୟୀ, ଟାଙ୍କି ଖୋଲିବା ପରେ ଯେତେବେଳେ ପ୍ରଥମ କରି ପେଟ୍ରୋଲ ଦିଆଯାଏ, ସେତେବେଳେ ପେଟ୍ରୋଲ ଟାଙ୍କିରେ ଥିବା ରସାୟନିକ ପଦାର୍ଥ ବାହାରି ଆସିଥାଏ। କିନ୍ତୁ ଏହା ସବୁବେଳେ ହୁଏ ନାହିଁ। ଗ୍ରାହକଙ୍କୁ ଆଉ ଥରେ ତେଲ ପକାଇବା ପାଇଁ କୁହାଯାଇଥିଲେ ମଧ୍ୟ ସେ ଏହା ନ ଶୁଣି ଥାନାରେ ଅଭିଯୋଗ କରିଛନ୍ତି। ତେବେ ପେଟ୍ରୋଲର ସାନ୍ଦ୍ରତା ମାପିବା ପରେ ଅପମିଶ୍ରଣ ନେଇ ପ୍ରମାଣ ମିଳି ନଥିବା କ୍ୟାପିଟାଲ ଥାନା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe