ଶିକ୍ଷକଙ୍କ ଭିକ୍ଷାବୃତ୍ତି ନେଇ ହାଇକୋର୍ଟରେ ମାମଲା: ଅବସରର ୨୦ ବର୍ଷ ପରେ ବି ପେନସନ୍‌ରୁ ବଞ୍ଚିତ

ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁ କ୍ଷେତ୍ରରେ କ୍ଷତିପୂରଣ ପ୍ରସଂଗ : ସରକାରଙ୍କ ସତ୍ୟପାଠ ଉପରେ ଜବାବ ରଖିବାକୁ ନିର୍ଦ୍ଦେଶ

Image Source: Zee News

କଟକ: ଶିକ୍ଷକତା କରି ଅବସର ଗ୍ରହଣ କରିବାର ୨୦ ବର୍ଷ ପରେ ମଧ୍ୟ ଶିକ୍ଷକଙ୍କୁ ପେନସନ୍ ମିଳିନି। ସଂପୂର୍ଣ୍ଣ ଏକୁଟିଆ ହୋଇ ଯାଇଥିବା ଏହି ୮୦ ବର୍ଷୀୟ ଶିକ୍ଷକ ବଞ୍ଚି ରହିବା ପାଇଁ ଭିକ୍ଷାବୃତ୍ତି କରୁଛନ୍ତି। ଏଭଳି ଏକ ପ୍ରସଂଗକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଜିତସ୍ବରୂପ ସାମଲଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ, ବୃଦ୍ଧାବସ୍ଥାରେ ଥିବା ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ ମିଶ୍ରଙ୍କୁ ପେନସନ୍ ଦେବା ସହ ତାଙ୍କର ବକେୟା ପ୍ରାପ୍ୟ ସୁଧ ସହିତ ପ୍ରଦାନ ପାଇଁ ସରକାର ତୁରନ୍ତ ବ୍ୟବସ୍ଥା କରନ୍ତୁ। ଶିକ୍ଷକଙ୍କ ପ୍ରତି ଅବହେଳା କରିଥିବା ସରକାରୀ ଅଧିକାରୀଙ୍କ ଦରମାରୁ ସୁଧ ବାବଦ ଅର୍ଥ ଆଦାୟ କରାଯାଉ ଓ ଏହି ପ୍ରସଂଗରେ ତ୍ବରିତ ପଦକ୍ଷେପ ଗ୍ରହଣ କରାଯାଉ। ମାମଲାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ଓ ବାଲିପାଟଣା ବିଡିଓଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡ. ଅଶୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ପ୍ରକାଶଥାଉକି, ଖୋର୍ଦ୍ଧା ଜିଲ୍ଲା ବାଳକାଟି ୟୁଜିଏମଇ ସ୍କୁଲରେ ଶିକ୍ଷକତା କରି ପ୍ରଫୁଲ୍ଲ ମିଶ୍ର ୨୦୦୦, ଜୁଲାଇରେ ଅବସର ଗ୍ରହଣ କରିଥିଲେ। କିନ୍ତୁ ଅବସର ପରେ ତାଙ୍କୁ ପେନସନ୍ ଓ ବକେୟା ପ୍ରାପ୍ୟ ପ୍ରଦାନ କରାଯାଇନଥିଲା। ଏଥିପାଇଁ ସେ ଗୋଟିଏ କାର୍ଯ୍ୟାଳୟରୁ ଅନ୍ୟ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ କିଛି ଫଳ ମିଳି ନଥିଲା। ତାଙ୍କ ପକ୍ଷେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଲା। ସେହି ସମୟ ମଧ୍ୟରେ ବିବାହିତ ଯୁବକ ପୁଅର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଏହାପରେ ବୋହୂ ନାତିକୁ ଧରି ଘର ଛାଡ଼ି ବାପଘରକୁ ପଳାଇଲେ। ଏଭଳି ପରିସ୍ଥିତିରେ ୮୦ ବର୍ଷ ବୟସ୍କ ଶ୍ରୀ ମିଶ୍ର ଆର୍ଥିକ ସମସ୍ୟା ମଧ୍ୟରେ ଅସହାୟ ହୋଇ ପଡିଛନ୍ତି। ପେଟ ଚାଖଣ୍ଡକ ପାଇଁ ରାସ୍ତାରେ ବୁଲି ବୁଲି ସେ ଭିକ୍ଷାବୃତ୍ତି କରି ଜୀବନ ବିତାଉଛନ୍ତି। ଓଳିଏ ଖାଇଲେ ଓଳିଏ ଓପାସରେ ରହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe