ଅଧ୍ୟକ୍ଷ ଓ ଅଧ୍ୟାପକ ଥାନାରେ ଅଟକ ମାମଲା: ଫିଟିଲା ଫିସାଦ ଗୁମର

ଅଧ୍ୟକ୍ଷ ଓ ଅଧ୍ୟାପକ ଥାନାରେ ଅଟକ ମାମଲା: ଫିଟିଲା ଫିସାଦ ଗୁମର

Odisha News In English

ଧଉଳି: ଲିଙ୍ଗିପୁରସ୍ଥିତ କଳିଙ୍ଗ କଲେଜ୍‌ ଅଫ୍ ସାଇନ୍‌ସର ପାଣ୍ଠି ହଡ଼ପ ମାମଲାରେ ଧଉଳି ଥାନାରେ ଅଟକ ଥିବା ଅଧ୍ୟକ୍ଷ ସୌଭାଗ୍ୟ ମଲ୍ଲିକ ଓ ଅଧ୍ୟାପକ ଚତୁର୍ଭୁଜ ଖୁଣ୍ଟିଆଙ୍କ ବହୁ ଫିସାଦର ଗୁମର ଫିଟିବାରେ ଲାଗିଛି। ଅଧ୍ୟକ୍ଷ ବା ଅଧ୍ୟାପକ ପଦବି ପାଇଁ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ନଥିବାରୁ ଦୁଇ ଜଣଯାକ ଜାଲ୍‌ ପ୍ରମାଣପତ୍ର ଯୋଗାଡ଼ କରିଥିବା ଜଣାପଡ଼ିଛି। ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି।
ଅଭିଯୁକ୍ତ ସୌଭାଗ୍ୟ ମଲ୍ଲିକ ବିଏସ୍‌ସି ପାସ୍‌ କରିଛନ୍ତି।

କିନ୍ତୁ ସେ ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ବବିଦ୍ୟାଳୟରୁ ଏମ୍‌ଏସ୍‌ସି ପାସ୍‌ କରିଥିବା ଜାଲ ପ୍ରମାଣପତ୍ର ଯୋଗାଡ଼ କରିଥିଲେ। ସେହିଭଳି ଚତୁର୍ଭୁଜ ଖୁଣ୍ଟିଆ ବିଏସ୍‌ସି ବିଏଡ୍‌ ପାସ୍ କରିଥିଲେ ବି ଏମ୍‌ଏସ୍‌ସି ପାସ୍‌ କରିଥିବା କହୁଥିଲେ। ଖାସ୍‌ ଏହି କାରଣରୁ ସେମାନେ ୨୦୧୮ ମସିହାରେ ସେମାନେ ଇଷ୍ଟ ଇଂଜିନିୟରିଂ କଲେଜରୁ ତଡ଼ା ଖାଇବା ପରେ ଧଉଳିରେ ଏକ ବିଜ୍ଞାନ କଲେଜ ଚଲାଇବାକୁ ଯୋଜନା କରି ସମୀର ରଞ୍ଜନ ଦାଶଙ୍କୁ ପ୍ରବର୍ତ୍ତାଇଥିଲେ। ସମୀର କଲେଜ କରିବା ପାଇଁ ୧୮ ଲକ୍ଷ ଟଙ୍କା ଦେଇଥିଲେ। କଲେଜ ଆରମ୍ଭ ହେବା ବେଳେ ସୌଭାଗ୍ୟ ଅଧ୍ୟକ୍ଷ ଓ ଚତୁର୍ଭୁଜ ଅଧ୍ୟାପକ ହୋଇଥିଲେ।

ପରେ ସୌଭାଗ୍ୟ ଓ ଚତୁର୍ଭୁଜ କଲେଜ ଫାଣ୍ଠି ହେର୍‌ଫେର କରିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଧଉଳି ଥାନା ପୁଲିସ ଅଭିଯୁକ୍ତ ଦ୍ବୟଙ୍କୁ ଗତକାଲି ରାତିରେ ଉଠାଇଥିଲା। ଖୋଳତାଡ୍‌ରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ଦ୍ବୟ ଗତ ୧୫ ବର୍ଷ ଭିତରେ ପ୍ରାୟ ୯ଟି କଲେଜରେ ଶିକ୍ଷାଦାନ କରିଛନ୍ତି। ଜାଲ୍‌ ପ୍ରମାଣପତ୍ର ବଳରେ ସେମାନେ ଚାକିରି କରିଥିଲେ। କିନ୍ତୁ ପରେ ସେମାନଙ୍କ ଜାଲିଆତି ଜଣାପଡ଼ିବାରୁ ତଡ଼ା ଖାଇଥି‌ଲେ। କିନ୍ତୁ ସବୁଗୁଡ଼ିକ ଘରୋଇ କଲେଜ ହୋଇଥିବାରୁ ବଦନାମ୍ ହେବା ଭୟରେ କଲେଜ କର୍ତ୍ତୃପକ୍ଷ ସେମାନଙ୍କ ବିରୋଧରେ ଅଭିଯୋଗ କରିନଥିଲେ। ତେଣୁ ମଉକା ପାଇ ଅଭିଯୁକ୍ତଦ୍ବୟ ଗୋଟିଏ କଲେଜରୁ ତଡ଼ା ଖାଇଲେ ବି ଅନ୍ୟ କଲେଜରେ ଚାକିରି କରିପାରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe