ବରିଷ୍ଠ ନାଗରିକଙ୍କ ଘରୁ ଡକାୟତି ମାମଲା: ଡକାୟତ ଗ୍ୟାଙ୍ଗ୍‌ର ଟେର୍‌ ପାଉନି ପୁଲିସ

Advertisment
ଫାଷ୍ଟ୍‌ଫୁଡ୍‌ ଦୋକାନୀଙ୍କୁ ଆକ୍ରମଣ ମାମଲା: ଉଭୟ ପକ୍ଷରୁ ୬ ଗିରଫ

Dailyhunt

ଭୁବନେଶ୍ୱର : ମଞ୍ଚେଶ୍ବର ଥାନା ଟାଙ୍ଗୀବନ୍ତ ମା’ ସୁନାଦେଇ ମନ୍ଦିର ଓ ଶ୍ମଶାନ ରାସ୍ତାରେ ଥିବା ଅବସରପ୍ରାପ୍ତ ସରକାରୀ ଅଧିକାରୀଙ୍କ ଘରୁ ହୋଇଥିବା ଡକାୟତି ଘଟଣାରେ ପୁଲିସ କିଛି ବି ସୁରାକ୍ ପାଇନଥିବା ଜଣାପଡ଼ିଛି। ୪୮ଘଣ୍ଟା ବିତିବା ପରେ ବି ପୁଲିସ ଡକାୟତ ଗ୍ୟାଙ୍ଗ୍‌ର ଟେର୍‌ ପାଇନାହିଁ। ରାଜଧାନୀରେ ଏଭଳି ସଶସ୍ତ୍ର ଡକାୟତି ଏକ ବଡ଼ ଚ୍ୟାଲେଞ୍ଜ୍‌ ହୋଇଥିବା ବେଳେ ଡକାୟତ ଗ୍ୟାଙ୍ଗ୍‌କୁ ଠାବ କରିନପାରିବା କମିସନରେଟ୍ ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନ ସୃଷ୍ଟି କରିଛି। ପୁଲିସର ଦୁଇଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି।

ସୂଚନାଯୋଗ୍ୟ, ଗତ ଗୁରୁବାର ବିଳମ୍ବିତ ରାତିରେ ଅବସରପ୍ରାପ୍ତ ସରକାରୀ ଅଧିକାରୀ ବିଜୟ ମିଶ୍ରଙ୍କ ଘରେ ୪ଜଣ ଡକାୟତ ପଶିଥିଲେ। ସେମାନଙ୍କ ସହ ଥିବା ଅନ୍ୟ ୪ଜଣ ଘର ବାହାରେ ଥିଲେ। ବନ୍ଧୁକ ଦେଖାଇ ୨୫ହଜାର ଟଙ୍କା ଓ କାନଫୁଲ ଲୁଟି ନେଇଥିଲେ। ତେବେ ବିଜୟ ମିଶ୍ର ତାଙ୍କର ପେନସନ୍ ଟଙ୍କା ବୋଲି କହି କାକୁତିମିନତି ହେବା ପରେ ଡକାୟତମାନେ ତାଙ୍କୁ ୨ହଜାର ଟଙ୍କା ଫେରାଇ ଦେଇଥିଲେ। ସେହିପରି ମାଣବସା ଗୁରୁବାର ହୋଇଥିବାରୁ ତାଙ୍କ ପତ୍ନୀଙ୍କ ଅନୁରୋଧକ୍ରମେ ଡକାୟତମାନେ ତାଙ୍କ ହାତରୁ ସୁନା ଶଙ୍ଖା ନେଇ ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe