ବିବାହ ମଣ୍ଡପରୁ ୭ ଲକ୍ଷରୁ ଅଧିକ ଟଙ୍କାର ଗିଫ୍ଟ ଓ କ୍ୟାସ୍‌ ନେଇ ଚୋର ଫେରାର

Advertisment
ବିବାହ ମଣ୍ଡପରୁ ୭ ଲକ୍ଷରୁ ଅଧିକ ଟଙ୍କାର ଗିଫ୍ଟ ଓ କ୍ୟାସ୍‌ ନେଇ ଚୋର ଫେରାର

ଭୁବନେଶ୍ୱର: ବିବାହ କାର୍ଯ୍ୟକ୍ରମରେ ଲୋକମାନେ ଭୋଜିଭାତରେ ବ୍ୟସ୍ତ ଥିବା ବେଳେ ଚୋର ୭ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଗିଫ୍ଟ ଓ କ୍ୟାସ୍‌ ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ରାଜଧାନୀ ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁର ଅଂଚଳରେ ଏଭଳି ଚୋରି ହୋଇଥିବା ଜଣାଯାଇଛି।

ଅଭିଯୋଗ ଅନୁସାରେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡ଼ା ଅଂଚଳର ରାଜେନ ମହାନ୍ତି ନାମରେ ଜଣେ ବ୍ୟକ୍ତିଙ୍କ ପୁଅର ବିବାହ ରିସେପ୍ସନ ଭୋଜି ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ କ୍ରିଷ୍ଟାଲ କୋର୍ଟୟାର୍ଡ ଠାରେ ଗତ ଫେବ୍ରୁଆରି ୨୯ରେ ଚାଲିଥିଲା। ସନ୍ଧ୍ୟା ପରଠାରୁ ଲୋକମାନେ ବିବାହ ଭୋଜିରେ ଯୋଗ ଦେବାକୁ ପହଞ୍ଚି ଥିଲେ। ରାତି ପ୍ରାୟ ସାଢ଼େ ୧୧ଟା ଯାଏଁ ଅତିଥିମାନେ ବର-କନ୍ୟାକୁ ଉପହାର ସ୍ୱରୂପ ଟଙ୍କା ଭର୍ତ୍ତି ଲଫାପା ଓ ଉପହାର ଦେଇଥିଲେ।

publive-image thekhabrilal.com

ତେବେ ରାତି ୧୧ଟାରୁ ସାଢ଼େ ୧୧ଟା ମଧ୍ୟରେ ରାଜେନଙ୍କ ପରିବାର ବର୍ଗ ବ୍ୟସ୍ତ ଥିବା ବେଳେ ବିବାହ ରିସେପସନ୍‌ ମଣ୍ଡପରୁ କୌଶଳ କ୍ରମେ ଚୋର ନଗଦ ଟଙ୍କା, ଉପହାର ସାମଗ୍ରୀ ଓ ଗୋଟିଏ ମୋବାଇଲ ନେଇ ଫେରାର ହୋଇଯାଇଥିଲା ବୋଲି ଥାନାରେ ଅଭିଯୋଗ ହୋଇଛି।  ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ତେବେ ସିସିଟିଭି ଫୁଟେଜରୁ ଚୋରର ଚେହେରା ସଂପୂର୍ଣ୍ଣ ଦେଖାଯାଇଛି।

ରାଜଧାନୀ ଭୁବନେଶ୍ୱରରେ ପୁଲିସ ତୁଳନାର ଚୋରମାନଙ୍କର ମସ୍ତିସ୍କ ଅଧିକ କାମ କରୁଛି। ପୁଲିସ ଚୋରଙ୍କୁ ଧରିବା ପାଇଁ ଏକ ପ୍ରକାର ଯୋଜନା କରୁଥିବା ଥିବା ବେଳେ ପୁଲିସ ଆଉ ପାଦେ ଆଗକୁ ଚିନ୍ତା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe