ଧରାପଡ଼ିଲାନି କୁମ୍ଭୀର, ଖାଲି ହାତରେ ଫେରିଲେ କର୍ମଚାରୀ

Advertisment
ଧରାପଡ଼ିଲାନି କୁମ୍ଭୀର, ଖାଲି ହାତରେ ଫେରିଲେ କର୍ମଚାରୀ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପଛ ପାଖ ପାଚେରିକୁ ଲାଗି ଦାରୁଠେଙ୍ଗ ବିଏସ୍‌ଏନ୍‌ଏଲ୍‌ ଟାୱାର ନିକଟ ବଡ଼ବାଙ୍କ ପଥର ଖାଦାନରୁ ଧରାପଡ଼ିଲାନି କୁମ୍ଭୀର। କୁମ୍ଭୀର ଧରିବାକୁ ଯାଇଥିବା ଚନ୍ଦକା ବନ ବିଭାଗ ଓ ନନ୍ଦନକାନନ କର୍ମଚାରୀ ଖାଲି ହାତରେ ଫେରିଥିବା ଜଣାପଡ଼ିଛି। ବିସ୍ତତ ଅଞ୍ଚଳ, ଜଳର ଗଭୀରତା ଓ ପଥର ଯୋଗୁ ଜାଲ ପକାଇ କୁମ୍ଭୀରକୁ କାବୁ କରିବା ସମ୍ଭବ ନୁହେଁ ବୋଲି କର୍ମଚାରୀମାନେ କହିଛନ୍ତି। ତେବେ ଯନ୍ତା ବସାଇ ତାକୁ ଧରାଯିବ ବୋଲି କୁହାଯାଇଛି। । ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳର କିଛି ଲୋକ କୁମ୍ଭୀରକୁ ପାଣିରେ ପହଁରୁ ଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଖବର ପାଇ ଆଜି ମଧ୍ୟାହ୍ନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଚନ୍ଦକା ବନ ବିଭାଗର ଏକ ଟିମ୍‌ କୁମ୍ଭୀର ଧରିବାକୁ ବଡ଼ବାଙ୍କ ପଥର ଖାଦାନରେ ପହଞ୍ଚିଥିଲା। ଦଳରେ ନନ୍ଦନକାନନ ଜନ୍ତୁ ବିଭାଗ ଏସିଏଫ୍‌ ଅଞ୍ଜନ କୁମାର ମହାନ୍ତି, ଚନ୍ଦକା ବନବିଭାଗ ଏସିଏଫ୍‌ ହିମାଂଶୁ ଶେଖର ମହାନ୍ତି, ଫରେଷ୍ଟର ରାମଚନ୍ଦ୍ର କାଣ୍ଡି, ନକୁଳ ବେହେରାଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ଥିଲେ। ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ମଧ୍ୟ ଏହି ଟିମ୍‌ କୁମ୍ଭୀରର ସନ୍ଧାନ ପାଇ ନଥିଲେ।  ବିସ୍ତୃତ ଖାଲ ଖମା ଅଞ୍ଚଳ ଓ ଗଭୀର ପାଣି ଭିତରେ ପଥର ଥିବାରୁ ଜାଲ ପକାଇ କୁମ୍ଭୀର ଧରିବା ସମ୍ଭବ ନୁହେଁ। ତେବେ କର୍ମଚାରୀମାନେ ରାତିରେ ଯନ୍ତା ଭିତରେ ଆହାର ରଖି ତାକୁ ଧରିବାକୁ ଯୋଜନା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe