ଭୁବନେଶ୍ୱର: ଆଜି ଭୁବନେଶ୍ୱର କ୍ଲବ୍ ଲନ୍ରୁ ଏକ ୨ ଫୁଟ୍ର ନାଗ ଛୁଆକୁ ଉଦ୍ଧାର କରାଯାଇଛି। ଆଜି ସନ୍ଧ୍ୟାରେ ସାପଟି କ୍ଲବ୍ର ଲନ୍ରେ ବୁଲୁଥିବା ବେଳେ କ୍ଲବ୍ର ଜିମ୍ ଇନ୍ଷ୍ଟ୍ରକ୍ଟର ହରପ୍ରସାଦ ରାଉତରାୟ ସାପଟିକୁ ଧରି ଏକ ଟେନିସ୍ ବଲ୍ ଖୋଳରେ ରଖିଥିଲେ। ପରେ ସେ ଏନେଇ ସ୍ନେକ୍ ହେଲ୍ପ ଲାଇନ୍ର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଖବର ଦେଇଥିଲେ। ଶୁଭେନ୍ଦୁ ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରି ତାକୁ ନେଇ ଜଙ୍ଗଲରେ ଛାଡ଼ି ଦେଇଥିଲେ।
ଭୁବନେଶ୍ୱର କ୍ଲବ୍ ଲନ୍ରୁ ନାଗଛୁଆ ଉଦ୍ଧାର
Advertisment
Follow Us