ଖଣ୍ଡା ଧରି ଗୋଡ଼ାଇଲେ, ବାଇକ୍‌ ଜାଳିଦେଲେ

Advertisment

ମହିଳାଙ୍କ ସମେତ ଦୁଇ ଗିରଫ

ମହିଳାଙ୍କ ସମେତ ଦୁଇ ଗିରଫ

ମହିଳା ଫରେଷ୍ଟରଙ୍କୁ ମାଡ଼ ମାରି ଜଣେ ଗିରଫ   

Times of India

ଭୁବନେଶ୍ବର: ରବିବାର ରାତି ୧୨ଟା ହେବ। ହଠାତ୍‌ ବାଇକ୍‌ ଆଗକୁ ଚାଲିଆସିଲେ ଜଣେ ମହିଳା ଓ ପୁରୁଷ। ଖଣ୍ଡା ଦେଖାଇ ଅଟକାଇଲେ ଏବଂ ଟଙ୍କା ମାଗିଲେ। ବାଇକ୍‌ ଆରୋହୀ ଟଙ୍କା ନଦେବାରୁ ହାଣିବାକୁ ଗୋଡ଼ାଇଲେ। ପରେ ବାଇକ୍‌ରେ ନିଆଁ ଲଗାଇଦେଲେ। ଏଭଳି ଘଟଣା ଘଟିଛି ହାଇସିକ୍ୟୁରିଟି ଜୋନ୍‌ କୁହାଯାଉଥିବା ବିଧାନସଭା ସମ୍ମୁଖ ଲୋୟର ପିଏମ୍‌ଜିରେ। ଏହି ମାମଲାରେ ଖାରବେଳନଗର ଥାନା ପୁଲିସ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗଞ୍ଜାମ ଦିଗପହଣ୍ଡି ଅଞ୍ଚଳର ମନୋରଂଜନ ମହାପାତ୍ର ଓରଫ ମିଥୁନ୍‌(୨୩) ଓ ଜଙ୍କିଆ ଥାନା ମଳିପଡ଼ା ଅଞ୍ଚଳର ପୂଜା ବେହେରା(୨୨)।

ସୂଚନା ମୁତାବକ ରବିବାର ବିଳମ୍ବିତ ରାତିରେ ଚେମନ ରାଉତ ଏବଂ ତାଙ୍କର ଜଣେ ବନ୍ଧୁ ମାଷ୍ଟରକ୍ୟାଣ୍ଟିନ୍‌ରୁ ବାଇକ୍‌ରେ ସୂର୍ଯ୍ୟନଗରସ୍ଥିତ ଅନ୍ୟ ଜଣେ ବନ୍ଧୁଙ୍କ ପାଖକୁ ଯାଉଥିଲେ। ସେମାନେ ଲୋୟର ପିଏମ୍‌ଜିରେ ଯାଉଥିବା ବେଳେ ମିଥୁନ୍‌ ଓ ପୂଜା ତାଙ୍କ ବାଇକ୍‌ ସମ୍ମୁଖକୁ ଆସି ଅଟକାଇଥିଲେ ଏବଂ ୧୦ହଜାର ଟଙ୍କା ମାଗିଥିଲେ। ମାତ୍ର ଚେମନ ଟଙ୍କା ନଦେବାରୁ ମିଥୁନ୍‌ ଏକ ଖଣ୍ଡା ବାହାର କରି ଉଭୟଙ୍କୁ ହାଣିବା ପାଇଁ ଗୋଡ଼ାଇଥି‌ଲା। ଜୀବନ ବିକଳରେ ଦୁଇ ସାଙ୍ଗ ବାଇକ୍‌ ଛାଡ଼ି ଦୌଡ଼ିଥିଲେ। ରାଗରେ ମିଥୁନ୍‌ ଓ ପୂଜା ବାଇକ୍‌ରେ ନିଆଁ ଲଗାଇଦେଇଥିଲେ। ଏନେଇ ଚେମନ ଖାରବେଳନଗର ଥାନାରେ ଅଭିଯୋଗ କରିବା ପରେ ଆଜି ପୁଲିସ ଉଭୟଙ୍କୁ ଗିରଫ କରିଛି। ବଡ଼ କଥା ହେଉଛି କିଛି ମାସ ତଳେ ପିଏମ୍‌ଜି ନିକଟସ୍ଥ ଏଟିଏମ୍‌ ନିକଟରେ ପୂଜାଙ୍କ ସ୍ବାମୀ ବବୁଲ୍‌ ବେହେରାଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଥିଲା। ପୂଜା ମଧ୍ୟ ଗୁରୁତର ଆହତ ହୋଇଥିଲେ। ଏବେ ପୂଜାଙ୍କ ଏଭଳି କାଣ୍ଡକୁ ନେଇ ନାନା କଥା ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe