କୁଖ୍ୟାତ ପଓ୍ୱନ ଯାଜୋଡ଼ିଆର ପତ୍ତା ପାଉନି ସିବିଆଇ

ବ୍ୟାଙ୍କକୁ ୧୪୨ କୋଟିର ଚୂନ, ଆଉ ୩ ମାମଲା, ୭୯ କୋଟି ଠକେଇ

ସନ୍ଦେଶଖାଲି: ଶାହଜାହାନ ଶେଖର ୩ ସହଯୋଗୀଙ୍କୁ ଗିରଫ କଲା ସିବିଆଇ

YouTube

ଭୁବନେଶ୍ବର : ଏକାଧିକ ନକଲି କମ୍ପାନି ଖୋଲି ଜାଲ କାଗଜପତ୍ର ବଳରେ ବିଭିନ୍ନ ବ୍ୟାଙ୍କ୍‌କୁ ମୋଟ୍‌ ୧୪୨ କୋଟି ଟଙ୍କାର ଚୂନ ଲଗାଇଥିବା କୁଖ୍ୟାତ ଠକ ପବନ ଯାଜୋଡ଼ିଆର ପତ୍ତା ପାଉନି ସିବିଆଇ। ଏବେ ତା’ ନାଁରେ ଆଉ ୩ଟି ନୂଆ ମାମଲା ହୋଇଛି ଓ ସେ ୭୯ କୋଟି ଟଙ୍କା ଠକି ନେଇଛି।

ପବନ ଯାଜୋଡ଼ିଆ କଟକ ମାଲଗୋଦାମସ୍ଥିତ କୋହେନୂର ଏଣ୍ଟରପ୍ରାଇଜେସ୍ ନାଁରେ ୨୦୧୬-୧୭ରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନ୍‌ବି)(ସେହି ସମୟର ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ) କିମ୍‌ସ-କିଟ୍ କମ୍ପ୍ଲେକ୍ସ ଶାଖାରୁ ୧୭.୫୦ କୋଟି ଟଙ୍କା ଋଣ କରିଥିଲା। ଋଣ ସୁଝିବାରେ ଖିଲାପ କରିବାରୁ ପରେ ବ୍ୟାଙ୍କ ତା କାଗଜପତ୍ର ଯାଞ୍ଚ କରିଥିଲା ଓ ସେସବୁ ଜାଲ୍ ବୋଲି ଜଣାପଡ଼ିଥିଲା। ଏନେଇ ପିଏନ୍‌ବି ମଣ୍ଡଳ କାର୍ଯ୍ୟାଳୟର ଡିଜିଏମ୍ ତଥା ମଣ୍ଡଳ ମୁଖ୍ୟ ପରେଶ କୁମାର ଦାସ ଅଭିଯୋଗ କରିବା ପରେ ସିବିଆଇ ଏକ ମାମଲା ରୁଜୁ କରିଛି। ସମାନ ଢଙ୍ଗରେ ସେ ମହାବୀର ଏଣ୍ଟରପ୍ରାଇଜେସ୍ ନାଁରେ ୨୦୧୫-୧୬ରେ ସେହି ଶାଖାରୁ ୧୮.୪୦ କୋଟି ଟଙ୍କା ନେଇଥିଲା। ଅନ୍ୟ ଏକ ଘଟଣାକ୍ରମରେ ମା’ କାଳିକା ଭଣ୍ଡାର ନାଁରେ ୨୦୧୬ରେ ପବନ ଯାଜୋଡ଼ିଆ ୨୨.୫୦ କୋଟି ଟଙ୍କା ନେଇଥିଲା। ଏଥିରେ ତାଙ୍କର ପାର୍ଟନର୍‌ ସ୍ବର୍ଗତ ବୀରକିଶୋର ଦାସ ରହିଥିଲେ। ସେହିପରି ଗ୍ୟାରେଣ୍ଟର୍‌ ଥିଲେ ଜୟ କୁମାର ଯାଜୋଡିଆ। ଏହି ତିନୋଟି ମାମାଲାରେ ମୋଟ୍ ୭୯କୋଟି ଟଙ୍କାରୁ ଅଧିକ ଥିବା ଜଣାପଡ଼ିଛି।

ସେହିପରି ୨୦୧୫-୧୬ରେ ଅଲ୍ଲୀ ଏଜେନ୍ସି ନାଁରେ ସେହି କିମ୍‌ସ-କିଟ୍ କମ୍ପ୍ଲେକ୍ସ ଶାଖାରୁ ୧୯.୭୦ କୋଟି ଟଙ୍କା ଆଣିଥିଲା। ଦ୍ବାରିକାନାଥ ଭଣ୍ଡାର ନାଁରେ ପାର୍ଟନର୍‌ ବୀରକିଶୋର ଦାସଙ୍କ ସହ ମିଶି ୨୦୧୫-୧୬ରେ କିମସ୍-କିଟ୍ କମ୍ପ୍ଲେକ୍ସ ଶାଖାରୁ ୯.୫୦ କୋଟି ଟଙ୍କା ଋଣ ନେଇଥିଲା। ସେହିପରି ବ୍ୟାଙ୍କ ଅଫ୍ ବରୋଦା ଭୁବନେଶ୍ବର ଓ କଟକର ଦୁଇଟି ଶାଖାରୁ ଏକାଧିକ କମ୍ପାନି ଓ ଅନ୍ୟ ସହଯୋଗୀଙ୍କ ସହ ମିଶି ୧୮.୩୦କୋଟି ଋଣ ନେଇଥିଲା। ୨୦୧୧ରୁ ୨୦୧୭ ଭିତରେ ଏହି ସବୁ କାରବାର ହୋଇଥିଲା। ଋଣ ପରିଶୋଧ ନକରିବାରୁ ବ୍ୟାଙ୍କ ପକ୍ଷରୁ ଯାଞ୍ଚ କରାଯାଇଥିଲା ଓ କାଗଜପତ୍ର ଜାଲ୍ ବୋଲି ଜଣାପଡ଼ିଥିଲା। ଠକେଇ କରିଥିବା ଅର୍ଥରୁ ଅଧିକାଂଶ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍ କରିଥିଲା। ଏହା ସହ କିଛି ଫିକ୍ସଡ୍ ଡିପୋଜିଟ୍ ମଧ୍ୟ କରାଯାଇଥିଲା। ସେହିପରି ଫାଇନାନ୍ସ ସଂସ୍ଥାକୁ ମଧ୍ୟ ଟଙ୍କା ଯାଇଥିବା ଜଣାପଡ଼ିଥିଲା। ଏହି ସବୁ ଘଟଣାରେ ତତ୍କାଳୀନ ବ୍ୟାଙ୍କର ଅଧିକାରୀମାନଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe