ଗୋଟିଏ ରାତିରେ ୩ ଦୋକାନରୁ ଲୁଟ୍, ସିସିଟିଭି ହାର୍ଡଡିସ୍କ ନେଇ ପଳାଇଲେ

ସାଇବର କାଫେରୁ ୩ କମ୍ପ୍ୟୁଟର, ଇଲେକ୍ଟ୍ରି ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିଲେ

ଗୋଟିଏ ରାତିରେ ୩ ଦୋକାନରୁ ଲୁଟ୍, ସିସିଟିଭି ହାର୍ଡଡିସ୍କ ନେଇ ପଳାଇଲେ

ଭୁବନେଶ୍ବର/ପୁରୁଣା ଭୁବନେଶ୍ବର : କମିସନରେଟ୍‌ ପୁଲିସକୁ ପୁଣି ଖୋଲା ଚାଲେଞ୍ଜ ଦେଇଛନ୍ତି ଲୁଟେରା। ଏକାମ୍ର କଲେଜ ନିକଟରୁ ଗୋଟିଏ ରାତିରେ ୩ଦୋକାନ ସଟର୍‌ ତାଡ଼ି ଲୁଟିଛନ୍ତି। ଧରା ପଡ଼ିବା ଭୟରେ ସିସିଟିଭି ହାର୍ଡଡିସ୍କ ଲୁଟି ଫେରାର ହୋଇ ଯାଇଛନ୍ତି। ଲକ୍ଷାଧିକ ଟଙ୍କାର କମ୍ପ୍ୟୁଟର, ଇଲେ‌‌କ୍ଟ୍ରି ସାମଗ୍ରୀ, କ୍ୟାସ୍‌ ବକ୍ସରୁ ଟଙ୍କା ନେଇ ପଳାଇଛନ୍ତି।

publive-image

ଗତକାଲି ରାତିରେ ଏକାମ୍ର କଲେଜ ନିକଟରେ ଥିବା ଅରବିନ୍ଦ ସେଠୀଙ୍କ ସାଇବର କାଫେ, ରାଜକିଶୋର ବେହେରାଙ୍କ ଇଲେକ୍ଟ୍ରି ଦୋକାନ ଓ ଏକ ବୁକ ଷ୍ଟୋର ସଟର୍‌ ତାଡ଼ି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟି ନେଇଛନ୍ତି। ଏକାମ୍ର କଲେଜ ନିକଟରେ ଥିବା ସାଇବର କାଫେରୁ ୩ଟି କମ୍ପ୍ୟୁଟର, ପ୍ରାୟ ୫ ହଜାର ଟଙ୍କା ଥିବା କ୍ୟାସ ବକ୍ସ, ସିସିଟିଭି ହାର୍ଡ ଡିସ୍କ ଲୁଟି ନେଇଛନ୍ତି। କାଫେ ସାମ୍ନାରେ ଥିବା ଇଲେକ୍ଟ୍ରି ଦୋକାନରୁ ବି ଡ୍ରିଲର୍ ମେସିନ୍, କେବୁଲ ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍ ହୋଇଛି। କିଛି ଦୂରରେ ଥିବା ବୁକ୍ ଷ୍ଟୋରରୁ ସେମିତି ବଡ଼ଧରଣର ଚୋରି ହୋଇ ନ ଥିଲେ ବି ସିସି କ୍ୟାମେରାର ହାର୍ଡ ଡିସ୍କକୁ ଲୁଟି ନେଇ ଫେରାର୍ ହୋଇ ଯାଇଛନ୍ତି। ସବୁ ଘଟଣା ସମାନ ଢଙ୍ଗରେ ହୋଇଥିବା ବେଳେ ଏତେଗୁଡ଼ିଏ ସାମଗ୍ରୀ ଲୁଟ୍‌ ହୋଇଥିବାରୁ ଅଟୋ କିମ୍ବା କାର୍‌ରେ ଲୁଟେରା ଆସିଥିବା ସନ୍ଦେହ କରାଯାଉଛି। ଅଭିଯୋଗ ହେବା ପରେ ଏୟାରଫିଲ୍ଡ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଏ ନେଇ ଥାନାରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe