ଯୁବକଙ୍କ ମୃତଦେହ ଜବତ

କୋରାପୁଟ: ବ୍ରିଜ ଉପରେ ଅସମତଳ ଗର୍ତ୍ତ, ବାଇକ୍‌ରୁ ଖସି ପଡି ମହିଳାଙ୍କ ମୃତ୍ୟୁ

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ପୁଲିସ ସୋମବାର ରାତି ପ୍ରାୟ ୯ଟାରେ ଥାନା ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଜବତ କରିଛି। ମୃତ ବ୍ୟକ୍ତିଜଣଙ୍କ ହେଲେ ପ୍ରଦୀପ୍ତ କୁମାର ସିଂହଦେଓ(୪୮)। ଘର ବାଲିଅନ୍ତା ଥାନା ଅଞ୍ଚଳରେ। ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସ ସୂଚନା ଅନୁଯାୟୀ, ପ୍ରଦୀପ ଏଠାରେ ରହି ବ୍ୟବସାୟ କରନ୍ତି। ଗତକାଲି ରାତି ପ୍ରାୟ ସାଢ଼େ ୯ଟା ବେଳେ ରସୁଲଗଡ଼ ତାରାତାରିଣୀ ଛକ ନିକଟ ରାସ୍ତାକଡ଼ରେ ନିଶ୍ଚଳ ଅବସ୍ଥାରେ ପଡ଼ି ରହିଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଏ ସଂପର୍କରେ ଖବର ପାଇ ପୁଲିସ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe