ନୃତ୍ୟାଞ୍ଜଳିର ରୌପ୍ୟ ଜୟନ୍ତୀ

Advertisment

ରତନ ଥିୟାମଙ୍କୁ ନାଟ୍ୟ ପୁରୁଷ ସମ୍ମାନ

ରତନ ଥିୟାମଙ୍କୁ ନାଟ୍ୟ ପୁରୁଷ ସମ୍ମାନ

ନୃତ୍ୟାଞ୍ଜଳିର ରୌପ୍ୟ ଜୟନ୍ତୀ

ଭୁବନେଶ୍ୱର : ନୃତ୍ୟ ଓ ସଂଗୀତର ଅନୁଷ୍ଠାନ ନୃତ୍ୟାଞ୍ଜଳିର ଦୁଇ ଦିନିଆ ରୌପ୍ୟ ଜୟନ୍ତୀ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ଭଂଜ କଳା ମଣ୍ଡପରେ ଅନୁଷ୍ଠିତ ଶେଷ ସନ୍ଧ୍ୟାରେ ପଦ୍ମବିଭୂଷଣ ଡ.ରଘୁନାଥ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳସଚିବ ଡ.ସୁମନ ଦାସ, ଓଡ଼ିଶା ସଂଗୀତ ନାଟକ ଏକାଡେମିର ସଚିବ ପ୍ରଦୀପ କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ବିଶିଷ୍ଟ ନାଟ୍ୟ ନିର୍ଦେଶକ ପଦ୍ମଶ୍ରୀ ରତନ ଥିୟାମ୍‌ଙ୍କୁ ‘ନାଟ୍ୟ ପୁରୁଷ ସମ୍ମାନ’ ପ୍ରଦାନ କରାଯାଇଥିଲା। ୧୫ ହଜାର ଟଙ୍କାର ଅର୍ଥରାଶି ସହ ଉତ୍ତରୀୟ ଓ ସ୍ମୃତିଫଳକ ଦେଇ ତାଙ୍କୁ ସମ୍ବର୍ଧିତ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଥମ ଚରଣରେ ପୁଷ୍ପିତା ମିଶ୍ର ନୃତ୍ୟାଭିନୟରେ ‘ଅହଲ୍ୟା’ ପରିବେଷଣ କରିଥିଲେ। ଗୁରୁ ପଙ୍କଜ ଦାସଙ୍କ ନିର୍ଦେଶନା ଓ ହରିହର ପଣ୍ଡାଙ୍କ ସଂଗୀତ ନିର୍ଦେଶନାରେ ପ୍ରସ୍ତୁତ ନୃତ୍ୟ ବେଶ୍‌ ମନଛୁଆଁ ହୋଇଥିଲା। ପରେ କୋଲକାତାର କବିତା ମିଶ୍ର ହଂସଧ୍ୱନି ପଲ୍ଲବୀ ପରିବେଷଣ କରିଥିଲେ। ପରେ ଶାରଳା ଅନୁଷ୍ଠାନର ଶିଳ୍ପୀମାନେ ସମକାଳ ନୃତ୍ୟ ପରିବେଷଣ କରିଥିଲେ। ଉଦୟ ଶଙ୍କର ସ୍ୱାଇଁ ଏହାର ନୃତ୍ୟ ସଂରଚନା କରିଥିଲେ। ଶେଷରେ ଶିଶୁର ଅଧିକାର ସମ୍ପର୍କିତ ନାଟକ ପରିବେଷଣ କରାଯାଇଥିଲା। ପୁଷ୍ପରଂଜନ ମଙ୍ଗରାଜ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଂଯୋଜନା କରିଥିଲେ ଡ.ଶ୍ରୀନିବାସ ଘଟୁଆରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe