ବିଭାବନାର ୩୫ତମ ପୂର୍ତ୍ତି ଉତ୍ସବ

Advertisment
ବିଭାବନାର ୩୫ତମ ପୂର୍ତ୍ତି ଉତ୍ସବ

ଭୁବନେଶ୍ବର: ସାହିତ୍ୟ ପତ୍ରିକ‌ା ବିଭାବନାର ୩୫ତମ ବର୍ଷ ପୂର୍ତ୍ତି ଅବସରରେ ଏକ ସାହିତ୍ୟସଭା ଗୋଦାବରୀଶ ସାହିତ୍ୟ ସଂସଦଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସମ୍ପାଦକ ମନୋରଞ୍ଜନ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସାହିତ୍ୟିକା ପ୍ରତିଭା ମହାରଥୀ ଓ ଶରତ ଚନ୍ଦ୍ର ରଥ ମୁଖ୍ୟ ଅତିଥି, ବିଭାବନାର ଉପଦେଷ୍ଟା ସରୋଜ ସାମଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାହିତ୍ୟିକ ମାନେ ସମାଜକୁ ପରିବର୍ତ୍ତନ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ। ଅପସଂସ୍କୃତିକୁ ରୋକି ସାମାଜିକ ବିକାଶରେ ସାହିତ୍ୟିକମାନେ ଲେଖନୀ ଚାଳନା କରିବାକୁ ଅତିଥିମାନେ ଆହ୍ବାନ ଦେଇଥିଲେ।

ଏହି ଅବସରରେ ବିଭାବନାର ସ୍ବତନ୍ତ୍ର ବିଶେଷାଙ୍କକୁ ଅତିଥିମାନେ ଉନ୍ ମୋଚନ କରିଥିଲେ। ପରେ ବସନ୍ତ କୁମାର ରଥଙ୍କ ଗଳ୍ପ ସଂକଳନ ‘ଲୁହ’ ଓ ମନୋରଞ୍ଜନ ନନ୍ଦଙ୍କ ଲିଖିତ ‘ପ୍ରବନ୍ଧମାଳା’ ଲୋକାର୍ପିତ ହୋଇଥିଲା। ସଂଯୋଜିକା ସଂଯୁକ୍ତା ମିଶ୍ର ସ୍ବାଗତ ଭ‌ାଷଣ ଦେଇଥିବା ବେଳେ ସହସଂପାଦକ ମାନସ କୁମାର ନନ୍ଦ ଧନ୍ୟବାଦ ଦେଇଥିଲେ। ସଭାରେ କୁମୁଦିନୀ ରଥ, ଲକ୍ଷ୍ମୀଧର ମହାରଣା, ଶାନ୍ତିଲତା ପଲାଇ, ଗୋକୁଳ ବିହାରୀ ହୋତା, ସଂଜୁଲତା ମହାନ୍ତି, ଦେବଦତ୍ତ ରଥ, ବାସନ୍ତୀ ତ୍ରିପାଠୀ, ସଂଧ୍ୟାରାଣୀ ପୃଷ୍ଟି, ଦିଲ୍ଲୀପ ତ୍ରିପା‌ଠୀ, ବୀଣାପାଣି ଚୌଧୁରୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠିତ କବିତା ଆସର ଉତ୍ସବ‌ରେ କୁବି କଳାକାର ମଞ୍ଜିତ ନନ୍ଦଙ୍କ ସମେତ ୮୦ଜଣ କଳାକାର କବିତା ପାଠ କରିଥିଲେ। ଅଧ୍ୟାପକ ବୈରାଗୀ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe