ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଉତ୍ସବ

Advertisment
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଉତ୍ସବ

ଭୁବନେଶ୍ବର: ନରେନ୍ଦ୍ର ମୋଦୀ ଆଜି ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏଥିରେ ଓଡ଼ିଶାରୁ ଦୁଇଜଣ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ଏହି ଅବସରରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଉତ୍ସବ ପାଳନ କରାଯାଇଥିଲା। ଦଳର କର୍ମକର୍ତ୍ତାମା‌େନ ପରସ୍ପରକୁ ମିଠା ଖୁଆଇବା ସହ ବାଣ ଫୁଟାଇ ଖୁସି ମନାଇଥିଲେ। ଦୁଇଜଣ ଓଡ଼ିଆଙ୍କୁ ମନ୍ତ୍ରୀ କରାଯାଇଥିବାରୁ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯିବା ସହ ଦୁଇ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଯାଇଥିଲା।

ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଥିଲେ, ମୋଦୀଙ୍କ ଫୋକସ୍‌ରେ ପୂର୍ବ ଭାରତର ବିକାଶ ରହି ଆସିଛି। ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର କେବେ ବି ଅର୍ଥର ଅଭାବ ରଖିନାହାନ୍ତି। ଫନି ବାତ୍ୟାର ଦିନକ ପରେ କେନ୍ଦ୍ର ସରକାର ସହାୟତା ରାଶି ଘୋଷଣା କରିଥିଲେ। ରେଳ ବଜେଟ୍‌ରେ ଅଧିକ ଅର୍ଥ, ଓଡ଼ିଶାରେ ପକ୍କା ଘର ନିର୍ମାଣ ପାଇଁ ଅଧିକ ଅର୍ଥ ଯୋଗାଇବା ମୋଦୀ ସରକାରଙ୍କ ପ୍ରାଥମିକତାରେ ଅଛି। ପୂର୍ବରୁ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ କା‌ର୍ଯ୍ୟ ସଫଳତା ସାରା ଦେଶ ଦେଖିଛି। ସେହିପରି ପ୍ରତାପ ଷଡ଼ଙ୍ଗୀଙ୍କ ପରି ସନ୍ଥ ରାଜନେତାଙ୍କୁ ମନ୍ତ୍ରୀ କରି ଓଡ଼ିଶାକୁ ପୁରସ୍କାର ଦେଇଛନ୍ତି ମୋଦୀ। ଆଗକୁ ପୂର୍ବ ଭାରତର ବିକାଶ ଦୌଡ଼ରେ ଓଡ଼ିଶା ଅଗ୍ରଣୀ ଭୂମିକା ନେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏମ୍ ନାରାୟଣ ରାଓ, ରାଜ୍ୟ ଉପସଭାପତି ରମାରଞ୍ଜନ ବଳିୟାରସିଂହ, ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ, ବିଜେପି ନେତା ଜଗନ୍ନାଥ ପ୍ରଧାନ, ବାବୁ ସିଂହ, ବିଶ୍ବଜିତ ବଡ଼ଜେନା, ହରେକୃଷ୍ଣ ଖୁଣ୍ଟିଆ ଓ ଅଭିଷେକ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe