ଭୁବନେଶ୍ୱର: ୨୩ତମ ଖଣି ପରିବେଶ ଏବଂ ଖଣିଜ ସଂରକ୍ଷଣ ସପ୍ତାହ (ଏମଇ ଆଣ୍ଡ୍ ଏମ୍ସି)ର ସମାପନ ଉତ୍ସବ ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିଲେ। ସମ୍ମାନିତ ଅତିଥି ଭାବେ ପି.ଏନ୍ ଶର୍ମା, ଚିଫ୍ କଣ୍ଟ୍ରୋଲର୍ ଅଫ୍ ମାଇନ୍ସ, (ଭାରପ୍ରାପ୍ତ) ଏମଡିଆର୍, ଆଇବିଏମ୍, ବିକେ ଦାସ, ନିର୍ଦ୍ଦେଶକ (ଉତ୍ପାଦନ) ନାଲକୋ, ୱାଇଜି କାଲେ, କଣ୍ଟ୍ରୋଲର୍ ଅପ୍ ମାଇନ୍ସ (ପୂର୍ବାଞ୍ଚଳ), ଆଇବିଏମ୍, ବିଏଲ୍ ଗୁର୍ଜର୍, ଆର୍ସିଓଏମ୍, ଆଇବିଏମ୍, ଭୁବନେଶ୍ୱର ଅଞ୍ଚଳ ଯୋଗ ଦେଇଥିଲେ।
ପ୍ରାରମ୍ଭରେ ନାଲକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଉତ୍ପାଦନ) ତଥା ଆୟୋଜନ କମିଟିର ଉପାଧ୍ୟକ୍ଷ ଅମିୟ ସ୍ୱାଇଁ ସ୍ୱାଗତଭାଷଣ ଦେଇଥିବା ବେଳେ ଆଞ୍ଚଳିକ ଖଣି ନିୟନ୍ତ୍ରକ ତଥା ସଂଯୋଜକ ବି.ଏଲ୍. ଗୁଜର୍ ୨୩ତମ ଏମଇଏମସି ସପ୍ତାହର ରିପୋର୍ଟ ଉପସ୍ଥାପନ କରିଥିଲେ। ନିରବଚ୍ଛିନ୍ନ ଉତ୍ପାଦନ ପାଇଁ ମହାମାରୀର ସଂକଟପୂର୍ଣ୍ଣ ସମୟରେ ଖଣିଗୁଡ଼ିକ ଦ୍ୱାରା କରାଯାଇଥିବା ଆଦର୍ଶ କାର୍ଯ୍ୟ ଏବଂ ପରିବେଶ ସୁରକ୍ଷା ତଥା ଖଣିଜ ସଂରକ୍ଷଣ ଦିଗରେ ଗ୍ରହଣ କରାଯାଇଥିବା ସର୍ବୋତ୍ତମ ପଦ୍ଧତି ସବୁକୁ ଚିତ୍ରଣ କରାଯାଇଥିବା ୧୫ମିନିଟ୍ର ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା।
Follow Us