୮ରୁ ଭାରତଛାଡ଼-୭୫ ଉତ୍ସବ

୮ରୁ ଭାରତଛାଡ଼-୭୫ ଉତ୍ସବ

ଭୁବନେଶ୍ୱର : ଭାରତଛାଡ଼ ଆନ୍ଦୋଳନର ୭୫ ବର୍ଷ ପୂର୍ତ୍ତି ଅବସରରେ ‘ସଂଭାବନା’ ପକ୍ଷରୁ ୮ ଓ ୯ ତାରିଖରେ ଜୟଦେବ ଭବନରେ ଭାରତଛାଡ଼-୭୫ର କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି କାର୍ଯ୍ୟକ୍ରମରେ ସାଂସ୍କୃତିକ ସମାବେଶ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ସହ ଦେଶଭକ୍ତି ସଂଗୀତ କାର୍ଯ୍ୟକ୍ରମ ‘ଜୟହିନ୍ଦ୍‌’ ଅନୁଷ୍ଠିତ ହେବ। ପ୍ରଥମ ଦିନରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ, ମନ୍ତ୍ରୀ ଶଶିଭୂଷଣ ବେହେରା ଓ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏବଂ ଦ୍ୱିତୀୟ ଦିନରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ କମ୍ୟୁନିଷ୍ଟ ନେତା ରାମକୃଷ୍ଣ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେବେ। ଉଦ୍‌ଘାଟନୀ ଅଧିବେଶନରେ ଐତିହାସିକ ଖାରବେଳ ମହାନ୍ତିଙ୍କ ଦ୍ୱାରା ‘ସାଂପ୍ରତିକ ଭାରତ ବର୍ଷ ଓ ଭାରତ ଛାଡ଼ ଆନ୍ଦୋଳନ’ ଶୀର୍ଷକ ସ୍ମାରକୀ ବକ୍ତତା ଆୟୋଜିତ ହେବ ବୋଲି ସଂଭାବନାର ମ୍ୟାନେଜିଂ ଟ୍ରଷ୍ଟି ଦେବ ପ୍ରସାଦ ପରିଜା ଆଜି ହୋଟେଲ କେଶରୀଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ ସାମ୍ବାଦିକ ଚିତ୍ତ ମହାପାତ୍ର, ଭାଷାବିତ୍‌ ଦେବାଶିଷ ମହାପାତ୍ର, ଅନୁରାଧା ଦାଶ, ସ୍ୱାତୀ ମିଶ୍ର, ଦେବସ୍ମିତା ମହାନ୍ତି ଓ ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe