Advertisment

ସମ୍ବାଦ ଡିଜିଟାଲ୍‌ ପକ୍ଷରୁ ବୋଇତ ଉତ୍ସବ: ଡଙ୍ଗା ତିଆରି କରି ପୁରସ୍କାର ଜିତିଲେ, ଭକ୍ତି ରସରେ ଭିଜିଲେ ଶ୍ରୋତା

Advertisment

ଜଗନ୍ନାଥ ହୋ, କିଛି ମାଗୁ ନାହିଁ ତୋତେ..., ସୂରୁଜ ଉଇଁଲେ କାହ୍ନୁ ଚାଲିଯିବ..., ଆହେ ନୀଳଗିରି... ଭଳି ଭକ୍ତି ସଙ୍ଗୀତରେ ଭାବବିହ୍ୱଳ ହୋଇଥିଲେ ଶ୍ରୋତା। ମଞ୍ଚରେ ଗୋଟିଏ ପରେ ଗୋଟିଏ ଏଭଳି ଭକ୍ତି ସଙ୍ଗୀତ ପରିବେଷଣ କରୁଥିଲେ ରାଜ୍ୟର ସୁନାମଧନ୍ୟ କଣ୍ଠଶିଳ୍ପୀ।

ଜଗନ୍ନାଥ ହୋ, କିଛି ମାଗୁ ନାହିଁ ତୋତେ..., ସୂରୁଜ ଉଇଁଲେ କାହ୍ନୁ ଚାଲିଯିବ..., ଆହେ ନୀଳଗିରି... ଭଳି ଭକ୍ତି ସଙ୍ଗୀତରେ ଭାବବିହ୍ୱଳ ହୋଇଥିଲେ ଶ୍ରୋତା। ମଞ୍ଚରେ ଗୋଟିଏ ପରେ ଗୋଟିଏ ଏଭଳି ଭକ୍ତି ସଙ୍ଗୀତ ପରିବେଷଣ କରୁଥିଲେ ରାଜ୍ୟର ସୁନାମଧନ୍ୟ କଣ୍ଠଶିଳ୍ପୀ।

sfsfsfxccxcxdddcd

ଖଣ୍ଡଗିରି: ଜଗନ୍ନାଥ ହୋ, କିଛି ମାଗୁ ନାହିଁ ତୋତେ..., ସୂରୁଜ ଉଇଁଲେ କାହ୍ନୁ ଚାଲିଯିବ..., ଆହେ ନୀଳଗିରି... ଭଳି ଭକ୍ତି ସଙ୍ଗୀତରେ ଭାବବିହ୍ୱଳ ହୋଇଥିଲେ ଶ୍ରୋତା। ମଞ୍ଚରେ ଗୋଟିଏ ପରେ ଗୋଟିଏ ଏଭଳି ଭକ୍ତି ସଙ୍ଗୀତ ପରିବେଷଣ କରୁଥିଲେ ରାଜ୍ୟର ସୁନାମଧନ୍ୟ କଣ୍ଠଶିଳ୍ପୀ। ଆଉ ସମ୍ମୁଖରେ ବସିଥିବା ଶ୍ରୋତାଙ୍କ ଆଖିରୁ  ଝରି ଯାଉଥିଲା ଭକ୍ତିର ଲୁହ। ଅବସର ଥିଲା ‘ସମ୍ବାଦ ଡିଜିଟାଲ’ ପକ୍ଷରୁ ଆୟୋଜିତ ବୋଇତ ଉତ୍ସବ କାର୍ଯ୍ୟକ୍ରମ। ନୂଆପଲ୍ଲୀ ଦୁର୍ଗାପୂଜା ପଡ଼ିଆରେ ଆଜି ଆୟୋଜିତ ଏହି କାର୍ଯ୍ୟକ୍ରମରେ ତରଙ୍ଗ ମ୍ୟୁଜିକାଲ ଗ୍ରୁପର ବାସୁଦେବ ସ୍ୱାଇଁଙ୍କ ନେତୃତ୍ୱରେ କଣ୍ଠଶିଳ୍ପୀମାନେ ଭଜନ ପରିବେଷଣ କରିଥିଲେ। 

ଏହି ଅବସରରେ ଆୟୋଜିତ ବୋଇତ ତିଆରି ପ୍ରତିଯୋଗିତାରେ ୧୩ ବିଦ୍ୟାଳୟର ୭୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ। ବିଚାରକ ଭାବେ ପ୍ରଦୀପ କୁମାର ମହାନ୍ତି, ଆଶିଷ ସ୍ୱାଇଁ, ରଶ୍ମିବାଳା ସ୍ୱାଇଁ ଯୋଗଦେଇ ଶ୍ରେଷ୍ଠ ବୋଇତ ଓ କୃତୀ ପ୍ରତିଯୋଗୀଙ୍କୁ ଚୟନ କରିଥିଲେ। ଏଥିରେ ହାଇଟେକ୍‌ ସ୍କୁଲ୍ ପ୍ରଥମ ସ୍ଥାନ ଅଧିକାର କରିବା ସହ ୧୦ ହଜାର ଟଙ୍କାରେ ପୁରସ୍କାର ପାଇଥିଲା। ସେହିପରି ତକ୍ଷଶିଳା ବିଦ୍ୟାଳୟ ଦ୍ବିତୀୟ ସ୍ଥାନ ଅଧିକାର କରି ୭ ହଜାର ଓ ଜୁପିଟର୍‌ ସ୍କୁଲ ତୃତୀୟ ସ୍ଥାନ ଅଧିକାର କରି ୫ହଜାର ଟଙ୍କା ପୁରସ୍କାର ପାଇଥିଲେ। ଏହାବ୍ୟତୀତ ୭ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଭାଗ ନେଇଥିବାରୁ ହଜାରେ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ନୂଆପଲ୍ଲୀ ଦୁର୍ଗାପୂଜା କମିଟିର ପ୍ରତିଷ୍ଠାତା ସଦସ୍ୟ ସନାତନ ବେହେରା, ପୂର୍ବତନ ସଭାପତି ବିଷ୍ଣୁ ବେହେରା, ସମ୍ପାଦକ ପ୍ରକାଶ ବେହେରା, ପୂର୍ବତନ ସମ୍ପାଦକ ପ୍ରେମାନନ୍ଦ ଜେନା, ‘ସମ୍ବାଦ ଡିଜିଟାଲ’ ମାର୍କେଟିଂ ମୁଖ୍ୟ ଲିଙ୍ଗରାଜ ଲେଙ୍କା, ସାଇ ଲେଜର୍‌ ଡେଣ୍ଟାଲ୍‌ କ୍ଲିନିକ୍‌ ପ୍ରତିଷ୍ଠାତା ସଞ୍ଜୀବ କୁମାର ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe