‘ଭାଉଜ ନମସ୍କାର’ରେ ସେଲିବ୍ରିଟି ସ୍ପେସାଲ ଅଧ୍ୟାୟ : ସାମିଲ ହେବେ ମୋନାଲିସା, ବିଦୁସ୍ମିତା, ଜିନା ଓ ଇଜି

Advertisment
‘ଭାଉଜ ନମସ୍କାର’ରେ ସେଲିବ୍ରିଟି ସ୍ପେସାଲ ଅଧ୍ୟାୟ : ସାମିଲ ହେବେ ମୋନାଲିସା, ବିଦୁସ୍ମିତା, ଜିନା ଓ ଇଜି

ଭୁବନେଶ୍ବର : ‘ମଞ୍ଜରୀ’ରେ ପ୍ରସାରିତ ହେଉଥିବା ରିଅଲିଟି ଗେମ୍ ସୋ ‘ଭାଉଜ ନମସ୍କାର’ର ସେଲିବ୍ରିଟି ସ୍ପେସାଲ ଏପିସୋଡ୍‌ରେ ଆଜି ସାମିଲ ହେବେ ସିନେମା ଓ ଟେଲିଭିଜନ ଦୁନିଆର ଜଣାଶୁଣା ଅଭିନେତ୍ରୀ ମୋନାଲିସା, ବିଦୁସ୍ମିତା, ଜିନା ଓ ଇଜି। ‘ଭାଉଜ ନମସ୍କାର’ରେ ଏମାନଙ୍କୁ ଏକ ଭିନ୍ନ ଜୋସ୍ ସହିତ ତାଙ୍କର ଅସଲି ଅବତାରରେ ଦେଖିବାକୁ ମିଳିବ। ଭାଉଜଙ୍କ ଘରେ ମଜାମସ୍ତି ସହିତ ଗେମ୍‌ରେ ଭାଗ ନେଇ ଅଭିନେତ୍ରୀମାନେ ଆକର୍ଷଣୀୟ ଉପହାର ମଧ୍ୟ ପାଇବେ।

ସୂଚନାଯୋଗ୍ୟ, ଖଟି ବା କିଟ୍ଟି ପାର୍ଟିକୁ ଆଧାର କରି ଓଡ଼ିଶାର ପ୍ରଥମ ଫ୍ରି-ଟୁ-ଏୟାର ମନୋରଞ୍ଜନ ଚ୍ୟାନେଲ ‘ମଞ୍ଜରୀ’ରେ ପ୍ରତି ଶୁକ୍ରବାର ଓ ଶନିବାର ଅପରାହ୍ନ ୩ଟା ଓ ରାତି ୯ ଟାରେ ଏହି ସୋ’ ପ୍ରସାରିତ ହେଉଛି। ଯେଉଁଥିରେ ଦର୍ଶକମାନେ ଡ୍ରାମା ଓ ରିଅଲିଟି ଗେମ୍‌ର ମଜା ନେଇପାରିବେ। ଦର୍ଶକ ଚାହିଁଲେ ମଧ୍ୟ ଭାଉଜ-ନଣନ୍ଦଙ୍କ ଏହି ମଜା-ମସ୍ତିର ମାହୋଲରେ ନିଜକୁ ସାମିଲ କରିପାରିବେ। ୮୦୯୩୦୨୬୬୯୭ ନମ୍ବରରେ ହ୍ୱାଟସ୍ ଆପ୍ କରି ଦର୍ଶକ ଏହି ରିଅଲିଟି ଗେମ୍ ସୋ’ରେ ଭାଗ ନେଇପାରିବେ। ନାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ପ୍ରତିଯୋଗିତାରେ ଉଭୟ ବିବାହିତ ଓ ଅବିବାହିତ ମହିଳାମାନେ ଅଂଶଗ୍ରହଣ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe